ପୁଣି ଥରେ କଂଗ୍ରେସ ବିରୋଧରେ ବୟାନ ଦେଲେ ସଞ୍ଜୟ ରାଉତ୍‌

Published: Jan 18, 2020, 1:39 pm IST

ନୂଆଦିଲ୍ଲୀ: ଶିବସେନା, କଂଗ୍ରେସ ଓ ଏନ୍‌ସିପିର ସରକାର ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଆସୁଛି । ଭିନ୍ନ ବିଚାରଧାରାରେ ଭାଗ ହୋଇ ରହିଥିବା ତିନି ରାଜନୈତିକ ଦଳର ମହାମେଣ୍ଟରେ ପ୍ରତ୍ୟେକ ଦିନ କିଛି ଭିନ୍ନ ଭିନ୍ନ ବୟାନ ସାମ୍ନାକୁ ଆସୁଛି । ଶିବସେନାର ସାଂସଦ ସଞ୍ଜୟ ରାଉତ୍‌  ପୁଣିଥରେ କଂଗ୍ରେସ ବିରୋଧରେ ବୟାନବାଜି ଆରମ୍ଭ କରିଛନ୍ତି ।  ଶିବସେନା ସାଂସଦା ସଞ୍ଜୟ ରାଉତ ସଭରକର୍‌ ପ୍ରସଙ୍ଗକୁ ତେଜି କହିଛନ୍ତି ଯେ, ସଭରକରଙ୍କ କଷ୍ଟ ଯିଏ ବୁଝିବାକୁ ଚାହୁଁଛି, ସେ ଦୁଇ ଦିନ ପାଇଁ ଆଣ୍ଡାମାନ୍‌ ଜେଲ୍‌କୁ ଯାଆନ୍ତୁ । ସୂଚନାଯୋଗ୍ୟ, ନିକଟରେ ରାହୁଲ୍‌ ଏକ ସଭାରେ କହିଥିଲେ ଯେ, ସେ ରାହୁଲ୍‌ ସଭରକର ନୁହଁନ୍ତି, ଯେ କ୍ଷମା ମାଗିବେ ।’। ଗତ ବୁଧବାର ଦିନ ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନେଇ ମଧ୍ୟ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ, ଇନ୍ଦିରା ଗାନ୍ଧି ମୁମ୍ବାଇର ପୁରୁଣା ଡନ୍‌ କରୀମ ଲାଲାଙ୍କ ସହ ଦେଖାକରୁଥିଲେ । କିନ୍ତୁ ପରେ ସଞ୍ଜୟ ରାଉତ ଏହି ବୟାନ ଉପରେ ସଫେଇ କହିଥିଲେ ଯେ, ଯଦି ତାଙ୍କର ଏପରି ବୟାନରେ କଂଗ୍ରେସ କିଛି ନେତା ତଥା ଗାନ୍ଧି ପରିବାରକୁ ଦୁଃଖ ହୋଇଛି, ତେବେ ସେ ତାଙ୍କ ବୟାନକୁ ଫେରାଇ ନେଇଛନ୍ତି ବୋଲି କହିଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଥିବାବେଳେ ସଞ୍ଜୟଙ୍କ କଂଗ୍ରେସ ବିରୋଧୀ ବୟାନବାଜିକୁ ନେଇ ରାଜନୀତି ଏବେ ବେଶ୍‌ ଚର୍ଚ୍ଚାରେ (ଏଜେନ୍ସି)

Related posts