
ସମୀକ୍ଷା ବ୍ୟୁରୋ
ବରଗଡ : ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ କରିବା ସହିତ ସାଇନ୍ସ ପାର୍କର ଉଦ୍ଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ସହର ଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଛି। 300ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ ମଧ୍ୟ କରିବେ। ଏଠାରେ ପ୍ରସିଦ୍ଧ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଏହି ମନ୍ଦିରର ବିକାଶ ପାଇଁ ମଧ୍ୟ ଘୋଷଣା କରାଯାଇପାରେ ବୋଲି ସୂଚନା ରହିଛି।
Tags: naveenpatanik