Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»34 ବର୍ଷରେ ସୁଶାନ୍ତ ସିଂ ରାଜପୁତ୍‌ : ଖାସ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରିଆ
ଆଜିର ଖବର

34 ବର୍ଷରେ ସୁଶାନ୍ତ ସିଂ ରାଜପୁତ୍‌ : ଖାସ୍‌ ଅନ୍ଦାଜ୍‌ରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରିଆ

January 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଭାବେ ବେଶ୍‌ ପରିଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌। ସୁଶାନ୍ତ ଆଜି 34ତମ ଜନ୍ମଦିବସ ପାଳନ କରୁଛନ୍ତି । ସୁଶାନ୍ତଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଖାସ୍‌ ଅନ୍ଦାଜ୍‌ରେ ତାଙ୍କୁ ଜନ୍ମଦିବସର ଶୁଭକାମନା ଜଣାଇଛନ୍ତି। ରିଆ ସୁଶାନ୍ତଙ୍କ ସହିତ ଏକ ଫଟୋ ସେୟାର କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ରିଆ ଓ ସୁଶାନ୍ତଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚା। ଏହି ଫଟୋକୁ ଦେଖି ଅନୁମାନ କରାଯାଉଛି ଯେ ରିଆ ସୁଶାନ୍ତଙ୍କ ସହିତ ଥିବା ରିଲେସନ୍‌କୁ ଅଫିସିଆଲ୍‌ କରିଛନ୍ତି। ଏହି ଫଟୋରେ ଦୁହେଁ ଦୁହିଁଙ୍କ ସହ ବେଶ୍‌ ସହଜ ରହିଥିବାବେଳେ ଉଭୟଙ୍କ କେମେଷ୍ଟ୍ରି ବେଶ୍‌ ଜବରଦସ୍ତ ରହିଛି।  ସୁଶାନ୍ତ ସିଂହ ରାଜପୁତ ଓ ରିଆଙ୍କ ସମ୍ପର୍କକୁ ନେଇ ବହୁତ ଦିନ ବିଟାଉନ୍‌ରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଅବଶ୍ୟ ଦୁହେଁ ଏକଥାକୁ ସର୍ବସମ୍ମୁଖରେ ସ୍ବୀକାର କରିନାହାନ୍ତି। ପୂର୍ବରୁ  ଅଙ୍କିତା ଲୋଖେଣ୍ଡ ଓ ଅଭିନେତ୍ରୀ କୃତି ସେନନ୍‌ଙ୍କ ସହ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ ସୁଶାନ୍ତ।

ସୁଶାନ୍ତ ରାଜପୁତ ଟେଲିଭିଜନରୁ ନିଜର ଅଭିନୟର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଷ୍ଟାର ପ୍ଲସ୍‌ର ରୋମାଣ୍ଟିକ୍‌ ଡ୍ରାମା ‘କିସ୍‌ ଦେସ୍‌ ମେ ହୈ ମେରା ଦିଲ୍‌’ରୁ ଅଭିନୟ ଆରମ୍ଭ କରିଥିବାବେଳେ ଜୀ ଟିଭିରେ ପ୍ରସାରିତ ହୋଇଥିବା ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ରେ ରାତାରାତି ଲୋକପ୍ରିୟତା ପାଇଥିଲେ । ତେବେ ବଲିଉଡ୍‌ ଫିଲ୍ମ ‘କାଇ ପୋ ଚେ’ ଜରିଆରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନବାଗତର ପୁରସ୍କାର ଜିଣିଥିବା ସୁଶାନ୍ତ ଆଉ ପଛକୁ ଫେରିନାହାନ୍ତି । ପରବର୍ତ୍ତୀ ସମୟରେ ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ଡିଟେକ୍ଟିଭ୍‌ ବ୍ୟୋମକେଶ ବକ୍ସି’, ‘ପିକେ’, ‘ଏମ୍‌ଏସ୍‌ଧୋନୀ’, ‘କେଦାରନାଥ’, ‘ଛିଛୋର୍‌’, ‘ସୋନଚିଡିଆ’ ପରି ବହୁ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଛନ୍ତି ସୁଶାନ୍ତ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025

ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂକୁ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

October 30, 2025

ବିହାର ନିର୍ବାଚନ: ଜନ ସୂରାଜ ପାର୍ଟି ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

October 30, 2025
Latest News

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025

CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ: ଫେବୃଆରୀ ୧୭ରୁ ପରୀକ୍ଷା

October 30, 2025

ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂକୁ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

October 30, 2025

ବିହାର ନିର୍ବାଚନ: ଜନ ସୂରାଜ ପାର୍ଟି ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.