ଜାନୁଆରୀ 28ରେ ଜୟପୁରଠାରେ ସିଏଏ ବିରୋଧରେ ରାଲି କରିବେ ରାହୁଲ୍‌

Published: Jan 21, 2020, 4:08 pm IST

ଜୟପୁର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆସନ୍ତା ଜାନୁଆରୀ 28 ତାରିଖରେ ଜୟପୁର ବିଦ୍ୟାଧର ନଗରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ରାଲି କରିବେ। ଏହି ପଦକ୍ଷେପ ଦ୍ବାରା କଂଗ୍ରେସ ସିଏଏ ବିରୋଧରେ ଦେଶର ଯୁବବର୍ଗଙ୍କୁ ଏକତ୍ରିତ କରିବାର ପ୍ରୟାସ କରିବ। ଏହି ରାଲିରେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌, ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌, କଂଗ୍ରେସ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ଦଳର ଅନ୍ୟ ନେତା ପ୍ରମୁଖମାନେ ମଧ୍ୟ ଜୟପୁର ରାଲିରେ ସାମିଲ୍‌ ରହିବେ । ଏହି ରାଲିର ପ୍ରସ୍ତୁତି ଆରମ୍ଭ ହେଲାଣି ବୋଲି ଗେହଲଟ୍‌ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜସ୍ଥାନ ସରକାର ସିଏଏକୁ ବିରୋଧ କରିଛନ୍ତି । କେବଳ ରାଜସ୍ଥାନ ସରକାର ନୁହଁନ୍ତି, ପଶ୍ଚିମବଙ୍ଗ,  ପଞ୍ଜାବ ସହିତ ଆହୁରି ଅନେକ ରାଜ୍ୟ ଏହି ଆଇନକୁ ବିରୋଧ କରିଛନ୍ତି । (ଏଜେନ୍ସି)

Related posts