ମାଓ ନେତା ପାପାରାଓ ମୃତ

Published: Jan 22, 2020, 10:21 am IST
polling officer found dead

ମାଲକାନଗିରି : ମୋଷ୍ଟ ଓ୍ବାଣ୍ଟେଡ୍‌ ମାଓନେତା ପାପାରାଓ ମୃତ। କିଡ୍‌ନୀ ରୋଗରେ ପାପରାଓର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାପାରାଓ ନାଁରେ 25 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ପାପାରାଓ ବଡ ବଡ ହିଂସା ଘଟଣାରେ ସମ୍ପୃକ୍ତି ରହିଥିଲା । ତାଡମେଟାଲ୍‌ ଜଙ୍ଗଲରେ 76 ଯବାନଙ୍କ ହତ୍ୟା ଘଟଣାରେ ପାପାରାଓ ସମ୍ପୃକ୍ତି ରହିଥିଲା । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ ରହିଥିଲା ।  ଏହା ସହ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା ।

 

Related posts