ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ : ନୂଆ ବିମାନ ଚଳାଚଳ ପାଇଁ ପ୍ରସ୍ତାବ

Published: Jan 22, 2020, 1:53 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରରେ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନସ୍ଥାନକୁ 13ଟି ନୂଆ ବିମାନ ଚଳାଚଳ ପାଇଁ ମିଟିଂରେ ଆଲୋଚନା ହୋଇଛି। ଭୁବନେଶ୍ବରରୁ ବେଙ୍ଗଲୁରୁ ଓ ସୁରତକୁ 20ରୁ ଆରମ୍ଭ ହୋଇଛି ବିମାନ ସେବା। 24ରୁ ଝାରସୁଗୁଡାରୁ କୋଲକାତା ବିମାନ ଉଡାଣ ଓ 31 ତାରିଖରୁ ଭୁବନେଶ୍ବର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ବର ବିମାନ ନେଇ ଆଲୋଚନା ମଧ୍ୟ ହୋଇଛି। ଭୁବନେଶ୍ବରରୁସିଙ୍ଗାପୁର, ବ୍ୟାଙ୍କକ୍‌, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ। ପ୍ରୟାଗରାଜ, କଲାଇକୁଣ୍ଡାକୁ ବିମାନ ଉଡାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି। ଉତ୍ତର ପୂର୍ବାଞ୍ଚଳ ଓ ବିମାନ ଯୋଗାଯୋଗ ନଥିବା ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲେଚନା କରାଯାଇଛି। ଏସବୁ ଅଞ୍ଚଳକୁ ଘରୋଇ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଘରୋଇ ଉଡାଣ ପାଇଁ 1 ପ୍ରତିଶତ ଭାଟ୍‌ରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏହା ସୂଚନା ଦେଇଛନ୍ତି।

Related posts