Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋ ପାଖରେ ଆପଣଙ୍କ ମୁଣ୍ଡରେ ଥିବା କେଶ ତୁଳନାରୁ ଅଧିକ ମାଲ୍‌ ଅଛି : ସୋଏବ ଅଖତର୍‌
ଆଜିର ଖବର

ମୋ ପାଖରେ ଆପଣଙ୍କ ମୁଣ୍ଡରେ ଥିବା କେଶ ତୁଳନାରୁ ଅଧିକ ମାଲ୍‌ ଅଛି : ସୋଏବ ଅଖତର୍‌

January 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇସଲାମ୍‌ବାଦ : ଭାରତ-ପାକିସ୍ତାନକୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ । ରାଜନୀତି ହେଉ ଅବା ଯୁଦ୍ଧ କିମ୍ବା କ୍ରିକେଟ୍‌ ପଡ଼ିଆ । ସବୁଠୁ ଏହି ଦୁଇ ଦେଶଙ୍କ ପ୍ରତିଦ୍ବନ୍ଦ୍ବିତାକୁ ନେଇ ଲାଗି ରହିଥାଏ ଚର୍ଚ୍ଚା ।  ଦୁଇ ପଡୋଶୀ ରାଷ୍ଟ୍ରଙ୍କ ଭିତରେ ସମ୍ପର୍କ ଏକ ଅଛିଣ୍ଡା ଅଙ୍କ ଭଳି । ଏବେ ପାକିସ୍ତାନର ଜଣେ କ୍ରିକେଟିୟର୍‌ଙ୍କ ବୟାନକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି ।

ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ଲୋକପ୍ରିୟ ପାକିସ୍ତାନୀ କ୍ରିକେଟିୟର ସୋଏବ ଅଖତର୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର  ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ଯେତିକି ତୁମ ମୁଣ୍ଡରେ କେଶ ନାହିଁ, ତାଠାରୁ ଅଧିକ ମାଲ ଅଛି। ଅର୍ଥାତ୍‌ ମୋ ପାଖରେ ଆପଣଙ୍କ ମୁଣ୍ଡରେ ଥିବା କେଶ ତୁଳନାରୁ ଅଧିକ ମାଲ୍‌ (ପଇସା)’ ଅଛି। ଯଦି ଆପଣ ଏହି କଥାକୁ ସ୍ବୀକାର କରୁନାହାନ୍ତି ଯେ, ମୋ’ ପାଖରେ ଏତେ ଫଲୋଅର୍ସ ଅଛନ୍ତି, ତେବେ ଏହାକୁ ବୁଝନ୍ତୁ। ସେ କହିଛନ୍ତି ଯେ, ତାଙ୍କୁ ସୋଏବ ଅଖତର ହେବା ପାଇଁ ୧୫ ବର୍ଷ ଲାଗିଗଲା। ଭାରତରେ ତାଙ୍କ ବହୁତ ପ୍ରଶଂସକ ରହିଛନ୍ତି। ପାକିସ୍ତାନର ପୂର୍ବତନ ଖେଳାଳୀ ସୋଏବ ଅଖତର୍‌ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌  ବୀରେନ୍ଦ୍ର ସେହଓ୍ବାଗଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳୀଙ୍କ କେଶ ତୁଳନାରେ ତାଙ୍କ ପାଖରେ ଅଧିକ ପଇସା ରହିଛି ବୋଲି କହିଛନ୍ତି। ବୀରେନ୍ଦ୍ର ସେହଓ୍ବାଗଙ୍କ ପୁରୁଣା ଟିପ୍ପଣୀର ଜବାବ ରଖିଛନ୍ତି ପାକିସ୍ତାନୀର ଏହି ଖେଳାଳୀ ଜଣକ। ସ୍ବେହଓ୍ବାଗ ଏକ ଟୁଇଟ୍‌ ଥରେ କହିଥିଲେ ଯେ, ସୋଏବ ଅଖତର୍‌ ଭାରତୀୟ କ୍ରିକେଟ ଓ କ୍ରିକେଟ ଖେଳାଳୀଙ୍କୁ ବହୁତ ପ୍ରଶଂସା କରନ୍ତି, କାରଣ ସେ ଅଧିକ ପଇସା କମାଇବାକୁ ଚାହାଁନ୍ତି।

ମୁମ୍ବାଇ ଓ୍ବାନଡେ’ରେ ୧୦ ଓ୍ବିକେଟ୍‌  ହାରିବା ପରେ ଟିମ୍‌ ଇଣ୍ଡିଆର ପ୍ରତ୍ୟାବର୍ତ୍ତନକୁ ନେଇ ବିରାଟ କୋହଲିକୁ ଖୁବ୍‌ ପ୍ରଶଂସା କରିଥିଲେ ଅଖତର। ସୋଏବ ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ରେ କୋହଲିଙ୍କୁ ଏକ ଅସାଧାରଣ ନେତୃତ୍ବକର୍ତ୍ତା ବୋଲି କହିଥିଲେ। କାରଣ ସେ ସହଜରେ ହାର ମାନନ୍ତି ନାହିଁ।

୪୪ ବର୍ଷୀୟ ଅଖତର କହିଛନ୍ତି ଯେ, ଯେବେ ମୁଁ କ୍ରିକେଟ୍‌ ସମ୍ପର୍କିତ କିଛି ମାମଲା ଉପରେ ନିଜ ରାୟ ରଖେ, ତେବେ ଅନ୍ୟମାନଙ୍କୁ କ’ଣ ପାଇଁ ସମସ୍ୟା ହୁଏ, ତାହା ମୁଁ ବୁଝିପାରେନାହିଁ। ମୁଁ ୧୫ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ଖେଳିଛି। ମୁଁ କେବଳ ୟୁଟ୍ୟୁବ ପାଇଁ ପ୍ରସିଦ୍ଧ ନୁହେଁ, ମୁଁ ଦୁନିଆର ସବୁଠାରୁ ଦ୍ରୁତ ବୋଲ୍‌ର ରହିଥିଲି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.