କୋଣାର୍କରେ ଆଜିଠାରୁ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ

Published: Jan 23, 2020, 10:53 am IST

ସମୀକ୍ଷା ବ୍ୟୁରୋ

କୋଣାର୍କ : ଆଜିଠାରୁ କୋଣାର୍କରେ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେଉଛି ।  ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନଙ୍କ ସମ୍ମିଳନୀ ଗୁରୁବାରଠାରୁ ମେରାଇନ୍ ଡ୍ରାଇଭ୍‌ର ଇକୋ ରିଟ୍ରିଟ୍‌ ପରିସରରେ ଆରମ୍ଭ ହେଉଛି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବି ଯୋଗଦେବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶରେ ପର୍ଯ୍ୟଟନର ବିକାଶ ନେଇ ହେବ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମକୁ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ ଏହା ଦ୍ବାରା ରାଜ୍ୟର ପର୍ଯ୍ୟଟନକୁ ଏନ ନୂତନ ପରିଚୟ ମିଳିପାରିବ । ପ୍ରଥମ ଥର ପାଇଁ ପୁରୀ ଚନ୍ଦ୍ରଭାଗା ଇକୋ-ରିଟ୍ରିଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀ ହେଉଥିବାରୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ଓଡ଼ିଶା ପର୍ଯ୍ୟଟନକୁ ସମଗ୍ର ଦେଶରେ ବ୍ୟାପକ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।

Related posts