ପଓ୍ବନଙ୍କୁ କଡା ଜବାବ ଦେଲେ ନୀତିଶ୍‌ : ଦଳ ଛାଡି ଅନ୍ୟ କୌଣସି ଦଳକୁ ଯାଇପାର

Published: Jan 23, 2020, 12:34 pm IST

ପାଟନା :  ବିହାରର ମୁଖ୍ୟମନ୍ତ୍ରୀ ଓ ଜନତା ଦଳ ୟୁନାଇଟେଡ୍‌(ଜେଡେୟୁ) ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ନେତା ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ଗୁରୁବାର ନୀତିଶ ଉତ୍ତର ରଖିଛନ୍ତି । ଜେଡେୟୁ ଅଧ୍ୟକ୍ଷ ନୀତିଶ୍‌ କୁମାର ଦଳର ପଓ୍ବନ ବର୍ମାଙ୍କ କଡା ଜବାବ ଦେଇଛନ୍ତି । ପଓ୍ବନ ବର୍ମାଙ୍କ ଚିଠି ଉପରେ ନୀତିଶ୍‌ ଉତ୍ତର ରଖି କହିଛନ୍ତି ଯେ, ପଓ୍ବନ୍‌ ଯେକୌଣସି ଦଳଙ୍କୁ ପସନ୍ଦ କରୁଛନ୍ତି, ସେହି ଦଳରେ ଆରାମରେ ସାମିଲ୍‌ ହୋଇପାରିବେ । ପଓ୍ବନ ବର୍ମା ଜେଡିୟୁ ଓ ବିଜେପିର ମହାମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଦେଶସାରା ସିଏଏକୁ ନେଇ ବିଜେପି ବିରୋଧ ପ୍ରଦର୍ଶନ କରୁଥିବାବେଳେ ଜେଡିୟୁ ଉଭୟ ସିଏଏ ଓ ଏନ୍‌ଆରସି ବିରୋଧ କରୁଥିଲେ ମଧ୍ୟ  ଦିଲ୍ଲୀ ନିର୍ବାଚନରେ ଜେଡିୟୁ ବିଜେପି ସହିତ ମେଣ୍ଟ କରିଛି । ନୀତିଶ୍‌ କହିଛନ୍ତି ଯେ, କିଛି ଲୋକଙ୍କ ବୟାନ ଆଧାରରେ ଜେଡିୟୁକୁ ଦେଖିବା ଆବଶ୍ୟକ ନାହିଁ । ଜନତା ସହିତ ଜେଡିୟୁ କାମ କରିଛି ଓ କରିବ ମଧ୍ୟ । ଯଦି କାହା ମନରେ କିଛି ରହିଛି ତେବେ ଏହା ବିଷୟରେ ଦଳୀୟ ବୈଠକରେ କଥା ହେବା ଉଚିତ୍‌। ନୀତିଶ୍‌ଙ୍କ ଟିପ୍ପଣୀକୁ ନେଇ ପଓ୍ବନ ବର୍ମା କହିଛନ୍ତି ଯେ, ନୀତିଶଙ୍କ ବୟାନକୁ ସ୍ବାଗତ କରିଛି । ଦଳରେ ତର୍କ କରିବାର ଅଧିକାର ରହିଛି । ଏବେବି ସେ ତାଙ୍କ ପତ୍ରର ଉତ୍ତର ଅପେକ୍ଷାରେ ରହିଛନ୍ତି, ଉତ୍ତର ମିଳିବା ପରେ ସେ ତାଙ୍କ ରାସ୍ତା ନିର୍ଣ୍ଣୟ କରିବେ ବୋଲି କହିଛନ୍ତି ପଓ୍ବନ ବର୍ମା ।

ସମ୍ପ୍ରତି ଦେଶରେ ଏନ୍‌ଆରସି, ସିଏଏ ଓ ଏନ୍‌ପିଆର୍‌କୁ ନେଇ ଦେଶରେ ବିରୋଧ ଚାଲିଥିବାବେଳେ ସରକାରଙ୍କ ସହଯୋଗୀ ଦଳଗୁଡ଼ିକ ମଧ୍ୟ ଏନେଇ ନାରାଜ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ସହଯୋଗୀ ଦଳ ଜେଡେୟୁ ନିଜ ଶାସିତ ରାଜ୍ୟ ବିହାରରେ ଏନ୍‌ଆରସି ଲାଗୁ କରିବ ନାହିଁ ନିଷ୍ପତ୍ତି ଶୁଣାଇଥିବାବେଳେ ନିକଟରେ ଜେଡେୟୁ ମଧ୍ୟରେ ରହିଥିବା ଆଭ୍ୟନ୍ତରୀଣ କନ୍ଦଳ ପଦାକୁ ଆସିଛି । (ଏଜେନ୍ସି)

Related posts