Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଣିଜଙ୍ଗାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ
ଆଜିର ଖବର

ମଣିଜଙ୍ଗାରେ ଜିଲ୍ଲାସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ

January 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ କାର୍ଯାଳୟ ନିକଟସ୍ଥ ଡାକବଙ୍ଗଳା ପରିସରରେ ବୁଧବାର ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ବେଳେ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ବିଭାୟୀୟ ମନ୍ତ୍ରୀ କିମ୍ବା ଜିଲ୍ଲାର କୌଣସି ବିଧାୟକଙ୍କୁ ଦେଖିବାକୁ ମିଳିନଥିଲା। ଏଥିରେ ବାଲିକୁଦା-ଏରସମା ବିଧାୟକ ତଥା ବିଭାଗୀୟ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିବା ବେଳେ ସେମାନେ କେହି ଏଥିରେ ଯୋଗଦେଇନଥିଲେ। ଜିଲ୍ଲାପାଳ ଓ ଅତିଥି ମାନେ ଫିତା କାଟି ଉତ୍ସବକୁ ଉଦ୍‌ଘାଟନ କରିଦେଇଥିବାରୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଉତ୍ସବକୁ ନଆସି ବାଟରୁ ଫେରିଯାଇଥିଲେ। ଏହାକୁ ନେଇ ବିଧାୟକ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଉଦ୍‌ଘାଟନ ଓ ସଭା କାର୍ଯ୍ୟ କାହିକିଁ ଆରମ୍ଭ କରାଗଲା ବୋଲି ବିଧାୟକଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ କରି ସଭା ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏନେଇ କିଛି ସମୟ ପର୍ଯ୍ୟନ୍ତ ସଭାକାର୍ଯ୍ୟ ବନ୍ଦ ରହିଥିଲା।

ଉପସ୍ଥିତ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚେୟାର ପଛକୁ ଆସି ଉତ୍ତ୍ୟକ୍ତ ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଠା କରିବା ସହ ଏସମ୍ପର୍କରେ ପୁଲିସକୁ ସୁଚନା ଦେଇଥିଲେ। ଏହାପରେ ସଭାକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା। ବିଭିନ୍ନ ଅଂଚଳରୁ ଆସିଥିବା ଚାଷୀମାନେ ବକ୍ତବ୍ୟ ରଖି ପାଣି ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଚାଷୀମାନଙ୍କୁ ହତାଶ ହେବାକୁ ପଡୁଛି ବୋଲି ଅଭିଯୋଗ କରିଥିଲେ। ପାଣି ପଞ୍ଚାୟତ ଅଧିନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକାଦାରଙ୍କୁ ଦିଆଯାଉଥିବା ଓ କାର୍ଯ୍ୟ ଠିକ ହେଉନଥିବା ଅଭିଯୋଗ ବାଢିଥିଲେ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପାଣିପଞ୍ଚାୟତର ନିର୍ବାଚିତ କର୍ମକର୍ତ୍ତା ଓ ସଂପୃକ୍ତ ସମସ୍ତ ବିଭାଗର ଅଧିକାରୀଙ୍କ ସହିତ ଏକ ବୈଠକ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବାଷୀ ମାନଙ୍କୁ ଆଶ୍ୱାସନା ଦେଇଥିଲେ।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଏରସମା ବ୍ଲକ ଅଧ୍ୟକ୍ଷ ପ୍ରଣବ ପ୍ରକାଶ ସ୍ୱାଇଁ, ଜଳସମ୍ପଦ ବିଭାଗ ସାଉଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ବସନ୍ତ ରାଉତ, ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ଏମସିଆଇର ନିର୍ବାହୀ ଯନ୍ତ୍ରୀ ଜୟଦେବ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଦେବି ପ୍ରସାଦ ନନ୍ଦ ପାଣିପଞ୍ଚାୟତ ପକ୍ଷ ଗଠନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ସଭାକୁ ଅମରଜ୍ୟୋତି ସାହୁ ସଂଯୋଜନା  କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ ଏସ୍.ଡି.ଓ ଚିନ୍ମୟ ମହାନ୍ତି, ରାଜେଶ ମହାନ୍ତି, ଦେବେନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ କୈଳାସ ବେହେରା, ନରେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଜିଲା କୃଷି ବିଜ୍ଞାନ କେନ୍ଦ୍ର, କୃଷି ବିଭାଗ, ପଶୁସମ୍ପଦ ବିଭାଗ, ଉଦ୍ୟାନ କୃଷି ବିଭାଗ ତରଫରୁ ଖୋଲାଯାଇଥିବା ଷ୍ଟଲକୁ ଜିଲାପାଳ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ପାଣିପଞ୍ଚାୟତ ଅଧିନ ଶ୍ରେଷ୍ଠ ଚାଷୀ ଓ ପାଣିପଞ୍ଚାୟତ ବିଷୟକୁ  ନେଇ ଅନୁଷ୍ଠିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

jagatsinghpur
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.