Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିନ୍ଦୁତ୍ବ ରାଜନୀତି ନେଇ ରାଜ୍‌ ଠାକ୍‌ରେଙ୍କ ପ୍ରତ୍ୟାବର୍ତ୍ତନ : ଗେରୁଆ ରଙ୍ଗରେ ରଙ୍ଗୀନ ହେଲା ଦଳୀୟ ପତାକା
ଆଜିର ଖବର

ହିନ୍ଦୁତ୍ବ ରାଜନୀତି ନେଇ ରାଜ୍‌ ଠାକ୍‌ରେଙ୍କ ପ୍ରତ୍ୟାବର୍ତ୍ତନ : ଗେରୁଆ ରଙ୍ଗରେ ରଙ୍ଗୀନ ହେଲା ଦଳୀୟ ପତାକା

January 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏବେ ଟିକେ ବଦଳିବା ପରି ଲାଗୁଛି । ଶିବସେନାର ପୁରୁଣା ମିତ୍ର ବିଜେପି ଏବେ ରାଜନୈତିକ ଶତୁ ପାଲଟି ଯାଇଥିବାବେଳେ ବୈଚାରିକ ବିରୋଧୀ ରହିଥିବା କଂଗ୍ରେସ ଓ ଶିବସେନା ଆଜି ତା‘ର ସାରଥୀ ସାଜିଛନ୍ତି । ଏପରି ସମୟରେ ଶିବସେନାର ସଂସ୍ଥାପକ ବାଲ୍‌ ଠାକ୍‌ରେଙ୍କ ରାଜନୈତିକ ଦାୟାଦକୁ ନେଇ ପୁଣି ଥରେ ଚର୍ଚ୍ଚା ଉଠିଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅଯୋଧ୍ୟା ରାମ ମନ୍ଦିର ଯାଇ ସନ୍ଦେଶ ଦେବାକୁ ତୟାର ହେଉଥିବାବେଳେ ଅପରପଟେ ମହାରାଷ୍ଟ୍ରର ନବ ନିର୍ମାଣ ପାର୍ଟି (ଏମ୍‌ଏନ୍‌ଏସ୍‌)ର ପ୍ରମୁଖ ରାଜ ଠାକ୍‌ରେ ବାଲ୍‌ ଠାକ୍‌ରେଙ୍କ ଜନ୍ମଜୟନ୍ତୀ ଦିନ ନିଜ ବିଚାରାଧାରା ‘ମରାଠୀ ମାନୁଷ’ରୁ ‘ହିନ୍ଦୁତ୍ବ’ର ବାର୍ତ୍ତା ଦେଇଛନ୍ତି। ବାଲ୍‌ଠାକ୍‌ରେ ଜନ୍ମଜୟନ୍ତୀ ଅବସରରେ ଏମଏନ୍‌ଏସ୍‌ ନୂତନ ନାରା ଦେଇ ଦଳର ପତାକାକୁ  ମଧ୍ୟ ପରିବର୍ତ୍ତନ କରିଛନ୍ତି ।

ଶିବସେନାଠାରୁ ସମ୍ପର୍କ ଛିନ୍ନ କରିବା ପରେ ରାଜ୍‌ ଠାକ୍‌ରେ ପ୍ରଥମ ଥର ବାଲାସାହେବ ଠାକରେଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ କରିଛି। ରାଜ୍‌ଠାକ୍‌ରେ ନିଜର ଦଳର ପତାକା ବଦଳାଇଛନ୍ତି । ଏମ୍‌ଏନଏସ୍‌ର ପାଞ୍ଚରଙ୍ଗୀୟ ପତାକା ଏବେ ଗେରୁଆ ରଙ୍ଗରେ ରଙ୍ଗୀନ୍‌ କରିଛନ୍ତି । ଏହି ପତାକାରେ ଶିବାଜୀଙ୍କ ମୋହର ଲଗାଯିବା ସହିତ ସଂସ୍କୃତ ଏକ ଶ୍ଲୋକ ଲେଖାଯାଇଛି। ଏହି ଅବସରରେ ରାଜ୍‌ ଠାକରେଙ୍କ ପୁତ୍ର ଅମିତ୍‌ ଠାକ୍‌ରେ ମଧ୍ୟ ରାଜନୀତିରେ ପ୍ରବେଶ କରିଛନ୍ତି । ମହାରାଷ୍ଟ୍ର ଧର୍ମ ବିଷୟରେ ଚିନ୍ତା କର, ହିନ୍ଦୁ ସ୍ବରାଜର ନିର୍ଦ୍ଧାରଣ କରୋ ବୋଲି ନାରା ଦିଆଯାଇଛି। ଦଳର ନେତା ସନ୍ଦୀପ ଦେଶପାଣ୍ଡେ କରିଛନ୍ତି ଯେ, କେଶରିଆ ବା ଗେରୁଆ ରଙ୍ଗ ଉପରେ କାହାର କପିରାଇଟ୍‌ ନାହିଁ ମହାରାଷ୍ଟ୍ର ଗେରୁଆ ରଙ୍ଗରେ ରଙ୍ଗିତ, ଆମେ ବି । ଏହାଦ୍ବାରା ମହାରାଷ୍ଟ୍ରର ନୂତନ ଶକ୍ତି ଆସିବ। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ନୂତନ ମୋଡ ଓ ବିକଳ୍ପ ଆସିବାର ଦ୍ବାରା ଖୋଲିବ ବୋଲି ଅନୁମାନ କରାଯାଉଛି ।

ନିକଟରେ ଏମ୍‌ଏନ୍‌ଏସ୍‌ର ପ୍ରମୁଖ ରାଜ ଠାକ୍‌ରେ ମହାରାଷ୍ଟ୍ର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସଙ୍କ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତକୁ ନେଇ ଦୁହିଁଙ୍କ ମେଣ୍ଟ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ସମ୍ପର୍କରେ ଦଳର ନେତା କହିଛନ୍ତି ଯେ, ରାଜ ଠାକ୍‌ରେ ଏହି କ୍ଷେତ୍ରରେ ଆଗକୁ ବଢୁଛନ୍ତି, କିନ୍ତୁ ବିଜେପି ଏବେବି ନିଜର ଇଚ୍ଛା ସ୍ପଷ୍ଟ କରିନାହିଁ ।

ରାଜ୍‌ଠାକ୍‌ରେଙ୍କ ହିନ୍ଦୁତ୍ବ ପ୍ରତି ଅଗ୍ରସର ହେବାକୁ ଦେଖି ଉଦ୍ଧବ ଠାକ୍‌ରେ ମଧ୍ୟ ଅଯୋଧ୍ୟା ଯାତ୍ରାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ମହାମେଣ୍ଟର 100 ଦିନ ପୂରଣ ପରେ ଅଯୋଧ୍ୟା ଯାଇ ରାମଙ୍କ ଆର୍ଶୀବାଦ ନେବେ ବୋଲି କହିଛନ୍ତି ।

ବଦଳୁଥିବା ସମୟରେ ମହାରାଷ୍ଟ୍ର ରାଜନୀତିରେ କ’ଣ ବଦଳୁଛି ତାହା ଆଗାମୀ ସମୟ କହିବ । ତେବେ ବାଲ୍‌ ଠାକ୍‌ରେଙ୍କ ହିନ୍ଦୁତ୍ବକୁ ନେଇ ରାଜ୍‌ ଠାକ୍‌ରେଙ୍କ ରାଜନୀତିର ପରିଣାମ କ’ଣ ହେବ, ତାହା ଏବେ ଚର୍ଚ୍ଚାର ବିଷୟ ।

maharastraelection
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026
Latest News

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.