ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ପ୍ରାୟ ସାଢେ ପାଞ୍ଚ ମାସ ପରେ ସେଠାରେ ଇଣ୍ଟର୍ନେଟ ସେବା ଉପଲବ୍ଧ କରାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ୨୦ଟି ଯାକ ଜିଲ୍ଲାରେ ୨ଜି ସେବା ମିଳିବ ଓ ସେଥିରେ ମଧ୍ୟ ଯଥେଷ୍ଟ କଟକଣା ରହିବ। ବର୍ତ୍ତମାନ ଦେଶରେ ୪ଜି ଇଣ୍ଟର୍ନେଟ ସେବା ଉପଲବ୍ଧ ହେଉଛି। ସୁପ୍ରିମ କୋର୍ଟ ଇଣ୍ଟର୍ନେଟ ସେବାକୁ ଲୋକଙ୍କ ମୌଳିକ ଅଧିକାରର ଅଂଶ ବିଶେଷ ବୋଲି କହିଲା ପରେ ସରକାର ଏହି ସେବା ଯୋଗାଇ ଦେବାକୁ ବାଧ୍ୟ ହୋଇଛନ୍ତି। ତେବେ ୨ ଜି ସେବା ଅତ୍ୟନ୍ତ ଧୀମା ଓ ଏହାର କୌଣସି ଉପଯୋଗିତା ଆଜିର ସମୟରେ ନାହିଁ। (ଏଜେନ୍ସି)


