Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସ୍‌ସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଆଜିର ଖବର

ଏସ୍‌ସିବି ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

January 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କଟକ ଏସ୍‌ସିବି ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମଂଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଦୋକାନ ପାଇଁ ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଜମି ମାଲିକଙ୍କଠାରୁ ଜମି ଅଧିଗ୍ରହଣ ହେବା ସହିତ ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ରାଶି ମିଳିବ ବୋଲି ସୂଚନା ଦିଆଯାଇଛି । ଏହି କ୍ରମରେ ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ 1 ଲକ୍ଷ ସହାୟତା ରାଶି ଦିଆଯିବ । ସେହିପରି ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ 50ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି ।  ପ୍ରତି ପରିବାର ପାଇଁ 15 x15 ପ୍ଲଟରେ ଅସ୍ଥାୟୀ ଗୃହ ନିର୍ମାଣ ପାଇଁ ଲାଇସେନ୍ସ । ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ 8 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ମହାନଗର ନିଗମପକ୍ଷରୁ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ। ସିଏମ୍‌ସି ରେଜଷ୍ଟ୍ରିଭୁକ୍ତ ଦୋକାନୀଙ୍କୁ ଏକକାଳୀନ 1ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ସ୍ଥିତିବାନ ସତ୍ତ୍ବେ ଥିବା ସ୍ଥାୟୀ ଦୋକାନ ଘରକୁ ସିଧା କ୍ରୟ କରାଯିବ । ସ୍ଥାୟୀ ଦୋକାନ ପରିବହନ ବ୍ୟବସ୍ଥା ପାଇଁ 2ଟି କିସ୍ତିରେ 1 ଲକ୍ଷଟଙ୍କା ମିଳିବ । ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ 30 ହଜାର ଟଙ୍କା ସେହିପରି ପ୍ରତି ଉଠା ଦୋକାନୀଙ୍କୁ ଏକକାଳୀନ 20 ହଜାର ଟଙ୍କାର ସହାୟତା ରାଶି ରହିଥିବାବେଳେ ସ୍ଥାନାନ୍ତରିତ ଧାର୍ମିକ ଅନୁଷ୍ଠାନ, କ୍ଲବ ପାଇଁ ଏକକାଳୀନ 1 ଲକ୍ଷ ଟଙ୍କାର ମିଳିବ। ସ୍ଥାନାନ୍ତରିତ ପ୍ରତି ଗାଈ  ଗୁହାଳ ପିଛା ଏକକାଳୀନ 20 ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ସରକାରୀ କ୍ବାର୍ଟର୍ସ ହରାଉଥିବା କର୍ମଚାରୀଙ୍କୁ ଘରଭଡା ଓ ସ୍ବତନ୍ତ୍ର ସହାୟତା ଦିଆଯିବ । 12 ମାସ କିମ୍ବା ନୂଆ କ୍ବାର୍ଟର୍ସ ମିଳିବା ଯାଏ ମାସିକ ସହାୟତା ମିଳିବ । ଚତୁର୍ଥ ଶ୍ରେଣୀଙ୍କୁ 5 ହଜାର ଟଙ୍କା, ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ସାତହଜାର ପାଞ୍ଚଶହ ଟଙ୍କା, ଦ୍ବିତୀୟ ଶ୍ରେଣୀ କର୍ମଚାରୀଙ୍କୁ ଦଶହଜାର ଟଙ୍କା ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ବାରହଜାର ପାଞ୍ଚଶହ ଟଙ୍କାର ସହାୟତା ରାଶି ମିଳିବ ବୋଲି ସୂଚନା ରହିଛି ।

କଟକ ବଡ଼ ମେଡିକାଲକୁ ଏମ୍‌ସ ପ୍ଲସ୍‌ କରିବା ନେଇ ରାଜ୍ୟସରକାର ବିଶେଷ ପଦକ୍ଷେପ ନେଇଛନ୍ତି । ଗତ ଗୁରୁବାରଦିନ ହାଡ଼ିଆପଠାଠାରେ ହେବାକୁ ଥିବା ଏସ୍‌ସିବିର ଦ୍ଵିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିଥିଲେ। ସେ ପ୍ରସ୍ତାବିତ ଏସ୍‌ସିବି ଦ୍ୱିତୀୟ କ୍ୟାମ୍ପସ୍‌ର ନକ୍ସା ମଧ୍ୟ ସମୀକ୍ଷା କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ବଡ଼ ମେଡିକାଲ ତଥା କଟକବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କଟକ ସହର ଚତୁଃପାଶ୍ୱର୍ ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ପାଇଁ ଘୋଷଣା କରିଛନ୍ତି । ପୂର୍ବରୁ ଫାଇଭ୍‌ ଟି ସଚିବ ମେଡିକାଲ ଓ ପ୍ରସ୍ତାବିତ ମେଡିକାଲର ଦ୍ବିତୀୟ କ୍ୟାମ୍ପସ୍‌ର ଭିତ୍ତିଭୂମି ପରିଦର୍ଶନ କରିବା ସହିତ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । ଏସ୍‌ସିବିର ନବକଳେବର କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି ସୂଚନା ରହିଛି ।

naveenpattanaik
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.