
ମୁମ୍ବାଇ: ଅଭିନେତା ରଣବୀର୍ ସିଂ ସବୁବେଳେ ନିଜ ଆଉଟ୍ଫିଟ୍କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି । ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ଏକ ନୂଆ ଢଙ୍ଗରେ ବିମାନବନ୍ଦରରେ ନୋଟିସ୍ କରାଯାଇଛି । ରଣବୀର ସିଂହ ବ୍ଲାକ୍ ଏଣ୍ଡ୍ ହ୍ବାଇଟ୍ର ଫୋଲ୍କା ଡଟ୍ ସାର୍ଟ ସହିତ ମ୍ୟାଚିଂ କ୍ୟାପ୍ ଓ ଫକୀର ପିଙ୍କ୍ ଏଣ୍ଡ୍ ଗୋଲେଡ୍ନ ହାଇବେଷ୍ଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ରଣବୀରଙ୍କ ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ରଣବୀର୍ଙ୍କ ଏହି ଫଙ୍କି ଲୁକ୍କୁ ସୋସିଆଲ୍ ମିଡିଆରେ ବହୁତ୍ ମଜାକ୍ କରାଯାଇଛି । ଲୋକମାନେ ତାଙ୍କ ଆଉଟଫିଟ୍କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ଦୀପିକାଙ୍କ ଡ୍ରେସ୍ ପିନ୍ଧିଛନ୍ତି ବୋଲି କହିବା ସହିତ ଆଉ କେହି କେହି ଦୀପିକାଙ୍କ ସବୁ ଡ୍ରେସ୍କୁ କ’ଣ ଆପଣ ପ୍ରଥମେ ଟ୍ରାଏଲ୍ କରୁଛନ୍ତି ବୋଲି କହିଛନ୍ତି । ଦୀପିକାଙ୍କୁ ଫୋଲ୍କା ଡଟ୍ ପ୍ରିଣ୍ଟ୍ ବହୁତ ପସନ୍ଦ । ସେ ସର୍ବଦା ଏହିଧରଣର ଡିଜାଇନ୍ ପୋଷାକ ପିନ୍ଧିଥା’ନ୍ତି । ରଣବୀର୍ ଏବେ ତାଙ୍କର ଆଗାମୀ ଫିଲ୍ମ ଜୟେଶ୍ ଭାଇ ଜୋରଦାର୍ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାବ୍ୟତୀତ ସେ କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’ରେ ନଜର ଆସୁଛନ୍ତି । (ଏଜେନ୍ସି)