ପିଙ୍କ୍‌ର ତେଲୁଗୁ ରିମେକ୍‌ : ଅମିତାଭଙ୍କ ରୋଲ୍‌ରେ ପଓ୍ବନ

Published: Jan 25, 2020, 7:11 pm IST

ମୁମ୍ବାଇ :ଜାତୀୟ ଫିଲ୍ମ ପୁରସ୍କାରପ୍ରାପ୍ତ ବଲିଉଡ୍‌ ଫିଲ୍ମ ‘ପିଙ୍କ୍‌’ର ତେଲୁଗୁ ରିମେକ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ଫିମେଲ୍‌ ଲିଡ୍‌ ଭାବରେ ନିଭେଥା ଥୋମାସ୍‌, ଅଞ୍ଜଳି ଓ ଅନନ୍ୟ ନାଗଲା ଅଭିନୟ କରିବାକୁ ରହିଥିବାବେଳେ ଏଥରେ ଓକିଲ ଚରିତ୍ରରେ ନଜର ଆସିବେ ପଓ୍ବନ କଲ୍ୟାଣ ।  ବଲିଉଡ୍‌ର ଏହି ଫିଲ୍ମରେ ବିଗ୍‌ବି ଅମିତାଭଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଏହି ଫିଲ୍ମର ତାମିଲ୍‌ ରିମେକ୍‌ ମଧ୍ୟ ରିଲିଜ୍‌ ହୋଇସାରିଛି । ଏଥିରେ ଅଜିଥ୍‌ କୁମାରଙ୍କୁ ଓକିଲ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ତେଲୁଗୁର ପିଙ୍କ୍‌ ରିମେକ୍‌ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶ୍ରୀରାମ ଭେଣୁ । ପଓ୍ବନଙ୍କୁ ଶେଷଥର ପାଇଁ 2018ରେ ‘ଅଜ୍ଞତାବାସୀ’ରେ ଦେଖିବାକୁ ମିଳିଥିଲା । ପଓ୍ବନ ନିଜର ରାଜନୈତିକ ଦଳକୁ ନେଇ ଏବେ ବେଶ୍‌ ସକ୍ରିୟ ରହିଛନ୍ତି । (ଏଜେନ୍ସି)

Related posts