
ଭୁବନେଶ୍ବର- ଗଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ବରରେ ଥିବା ପୂର୍ବତଟ ରେଳବାଇ ତରଫରୁ ସ୍ବତନ୍ତ୍ର ସାଜସଜା କରାଯାଇଛି। ଭଳିକି ଭଳି ରଂଗୀନ ଆଲୋକମାଳାରେ ସାରା ଅଫିସକୁ ସଜାଇ ଦିଆଯାଇଛି। ରାଜ୍ୟବାହାରର ଏକ ଆଲୋକ ସଜା କଂପାନୀକୁ ଏହି ଦାୟିତ୍ବ ଦିଆଯାଇଛି।
ରେଳ ବିଭାଗ ତରଫରୁ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ଏବଂ ଜାନୁୟାରୀ 26ରେ ଅଫିସକୁ ବେଶ ସାଜସଜା କରାଯାଇଥାଏ। ଚଳିତ ବର୍ଷ ଅଫିସ ବିଲିଡିଂକୁ ଏକ ସ୍ବତନ୍ତ ଆଲୋକରେ ସଜା ଯାଇଛି। ସେହିପରି ଅଫିସ ବଗିଚାକୁ ମଧ୍ୟ ରଂଗୀନ ଆଲୋକରେ ସଜାଯାଇଛି। ଏଥିରେ ଲାଇଟିଂ ଫାଉଣ୍ଟେନ ସହିତ ରୋଲିଂ ଲାଇଟ ବେଶ୍ ଆକର୍ଷଣୀୟ ଦେଖାଯାଉଛି।
Tags: eastcoastrailway