
ସୀତାରାମ ଅଗ୍ରଓ୍ବାଲ
ବାଣପୁର : ସାରା ଭାରତ ବର୍ଷରେ ୭୧ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଣତନ୍ତ୍ର ଦିବସକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି। ବାଣପୁର ଏନ୍ଏସିର ବିଷାରପାଟଣାଠାରେ ନ୍ୟୁ ଷ୍ଟାର୍ କ୍ଲବ୍ ତରଫରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ କ୍ଲବର ସଭାପତି ଅନୀଲ୍ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ କ୍ଲବର ସମ୍ପାଦକ ଅଜୟ କୁମାର ପାତ୍ର ଯୋଗଦେଇଥିଲେ।
ଏହି ଅବସରରେ ଭିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ଭୋଜନର ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଷାରପାଟଣା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯିବା ସହିତ ପିଲାମାନଙ୍କ ପାଇଁ ମଧ୍ୟ ଏକ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଚନ୍ଦନ ବେହେରା, ଦୀପକ ପ୍ରଧାନ, ହୃଷିକେଶ ସାହୁ, ପପୁ ପ୍ରଧାନ, ଅନୁଭବ ପାତ୍ର ପ୍ରମୁଖ ଏହି ଉତ୍ସବରେ ସହଯୋଗ କରିଥିଲେ।