Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଣତନ୍ତ୍ର ଦିବସ ଅବସରରେ ଏବିଭିପି ବାଣପୁର-ବାଲୁଗାଁ ନଗର ଦ୍ବାରା ଦେଶପ୍ରେମର ଏକ ନିଆରା କାର୍ଯ୍ୟକ୍ରମ : ମୋହେ ରଙ୍ଗ ଦେ ତ୍ରିରଙ୍ଗା
ଆଜିର ଖବର

ଗଣତନ୍ତ୍ର ଦିବସ ଅବସରରେ ଏବିଭିପି ବାଣପୁର-ବାଲୁଗାଁ ନଗର ଦ୍ବାରା ଦେଶପ୍ରେମର ଏକ ନିଆରା କାର୍ଯ୍ୟକ୍ରମ : ମୋହେ ରଙ୍ଗ ଦେ ତ୍ରିରଙ୍ଗା

January 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ମହାବିଦ୍ୟାଳୟ ଯଥା ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁର, ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ, ନାଚୁଣୀ ମହାବିଦ୍ୟାଳୟ, ନାଚୁଣୀ, ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା, କାଳିଜାଇ ମହାବିଦ୍ୟାଳୟ, ବାଲୁଗାଁ, ପଞ୍ଚୁପଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଙ୍କୁଲା ଓ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣପୁର ଓ କିଛି ବିଦ୍ୟାଳୟରେ ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ‘ମୋହେ ରଙ୍ଗଦେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସବୁ ମହାବିଦ୍ୟାଳୟ କ୍ୟାମ୍ପସରେ ପରିଷଦର କାର୍ଯ୍ୟକର୍ତ୍ତାମାନେ ଛାତ୍ର ଛାତ୍ରୀ, କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଗାଲ ତଥା ହାତରେ ତୂଳି ଦ୍ୱାରା ଛୋଟ ଛୋଟ  ତିରଙ୍ଗା ପତାକା ଚି଼ହ୍ନ  ଅଙ୍କନ କରିଥିଲେ ଓ ପବିତ୍ର ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ସମାଜରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକ ତଥା ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ଏସ୍‌ଏଫ୍‌ଡି ଯୁଗ୍ମ ସଂଯୋଜକ ସୀତରାମ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି । ଏବିଭିପି ତରଫରୁ ଏପରି ଏକ ନିଆରା କାର୍ଯ୍ୟକ୍ରମକୁ ନଗରବାସୀ ଉଚ୍ଛ୍ବସିତ ପ୍ରଶଂସା କରିବା ସହିତ ରାଷ୍ଟ୍ରପ୍ରେମ ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହୁ ବୋଲି ମତ ପ୍ରକାଶ କରିଛନ୍ତି । ଏବିଭିପି ଦ୍ବାରା ଆୟୋଜିତ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ବାଇଁ, ବର୍ଷା, ଅନୀତା, ସୋନାଲି, ସିଦ୍ଧାର୍ଥ, ବିଶ୍ବଜିତ୍‌, ମହେଶ, ଅଜୟ, ରବି, ବିପ୍ଳବ, ଗୁରୁ, ହାପି, ସତ୍ୟବ୍ରତ, ପ୍ରିୟାଂଶୁ, ଆଦିତ୍ୟ, ପ୍ରିତମ୍‌ ପ୍ରମୁଖ ପରିଚାଳନା କରିଥିଲେ ।

71st republic day celebration
Share. Facebook Twitter LinkedIn Email WhatsApp Copy Link

Related Posts

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026
Latest News

ବଲୁଚିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୩୦ ପାକିସ୍ତାନୀ ଯବାନ ନିହତ

July 4, 2026

ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

July 4, 2026

କମଲୁର ଏବଂ ଭାଂସି ଷ୍ଟେସନ ମଧ୍ୟରେ ରେଳ ଲାଇନର ନିରୀକ୍ଷଣ କଲେ ରେଳ ସୁରକ୍ଷା କମିଶନର

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଓଡ଼ିଶାରେ ଐତିହାସିକ ଜାପାନୀ ପୁଞ୍ଜିନିବେଶ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.