ନୟାପଲ୍ଲୀସ୍ଥିତ ସରକାରୀ ଆଶ୍ରମ ସ୍କୁଲର ବାର୍ଷକ କ୍ରୀଡା ଉତ୍ସବ ଅନୁଷ୍ଠିତ

Published: Jan 26, 2020, 5:16 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର: ସରକାରୀ ଆଶ୍ରମ ସ୍କୁଲ ନୟାପଲ୍ଲୀର ବାର୍ଷିକ କ୍ରୀଡ଼ା ଉତ୍ସବ ଜାନୁୟାରୀ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବିରଞ୍ଚି ନାରାୟଣ ମହାସୁପକାର, ଫେଲୁ ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ଜିତେନ୍ଦ୍ର କୁମାର ଜେନା, ଳକ୍ଷ୍ମୀଦୀପା ପ୍ରମୁଖ ଯୋଗଦେଇଥିବା ବେଳେ ବିବେକାନନ୍ଦ ବାରିକ ଓ ସନାତନ ମୁଣ୍ଡା ଉତ୍ସବକୁ ପରିଚାଳନା କରିଥିଲେ। ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱମୋହିନୀ ପତି, ଶିକ୍ଷୟିତ୍ରୀ ନିରୁପମା ରାଉତ, ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି, ମଧୁସ୍ମିତା ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ରଞ୍ଜନ କୁମାର ରଥ, ପୁଷ୍ପଲତା ପୋଥାଳ ଓ ସଂଚିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା ।

Related posts