ଦୁର୍ଘଟଣା ପରେ ବଡ଼ ଜରିମାନା :  ଟ୍ରାକ୍ଟରକୁ 53 ହଜାର 200 ଓ ବସ୍‌କୁ 27 ହଜାରର ଜରିମାନା

Published: Jan 27, 2020, 10:46 am IST

ସମ୍ବଲପୁର : ସମ୍ବଲପୁରଠାରେ ହୋଇଥିବା ଏକ ଦୁର୍ଘଟଣା ପରେ ଉଭୟ ଟ୍ରାକ୍ଟର ଓ ବସ୍‌କୁ ବଡ଼ ଜରିମାନା କରାଯାଇଛି । ଦୁର୍ଘଟଣା ପରେ ଜରିମାନା ଠୁଙ୍କିଛି ପରିବହନ ବିଭାଗ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍‌ ଚାଳକଙ୍କୁ ବଡ଼ ଜରିମାନା। ଟ୍ରାକ୍ଟରକୁ 53ହଜାର 200, ବସ୍‌କୁ 27 ହଜାର ଟଙ୍କାର ଜରିମାନା କରାଯାଇଛି । ଟ୍ରାକ୍ଟରର ବକେୟା ଟିକସ 16 ହଜାର 200, ପରମିଟ୍‌ ବାବଦରେ 10 ହଜାର, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ ପାଇଁ 5 ହଜାର, ଇନସ୍ୟୁରାନ୍ସ ପାଇଁ ଦୁଇ ହଜାର ଟଙ୍କା ଫାଇନ୍‌ କରାଯିବା ସହ ଲାଇସେନ୍ସ ପାଇଁ 5 ହଜାର ଓ ଟ୍ରଲିର ଫିଟନେସ୍‌ ନଥିବାରୁ 5 ହଜାର ଟଙ୍କାର ଜରିମାନା କରାଯାଇଛି । ମୋଟ୍‌ ଉପରେ ଟ୍ରାକ୍ଟର ପାଇଁ 53 ହଜାର 200 ଟଙ୍କାର ଫାଇନ୍‌ କରାଯାଇଛି । ସେହିପରି ଯାତ୍ରୀବାହୀ ବସ୍‌ର ପରମିଟ୍‌ ନଥିବାରୁ 10 ହଜାର ଟଙ୍କା, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ୍‌ ପାଇଁ 5 ହଜାର ଓ ବୀମା ପାଇଁ ଦୁଇ ହଜାରଟଙ୍କାର ଫାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, କାଲି ଜାତୀୟ ରାଜପଥ -55ର ଯୁଯୁମରାଠାରେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ବସ୍‌ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲା ।

Related posts