ବନ୍ଧୁକ ମୁନରେ ଛଅ ଲକ୍ଷ ଲୁଟ୍‌

Published: Jan 27, 2020, 10:55 am IST

ସମୀକ୍ଷା ବ୍ୟୁରୋ

ରାଇରଙ୍ଗପୁର : ବାଇକ୍‌ରେ ଆସି ଲୁଟିନେଲେ ଟଙ୍କା । ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କଠାରୁ 6 ଲକ୍ଷ ଲୁଟ୍‌ ନେଇଛନ୍ତି ଦୁର୍ବୃତ୍ତ। ଦୋକାନୀ ସଟର ବନ୍ଦ କରି ଟଙ୍କା ବ୍ୟାଗ୍‌ ଧରିଥିବାବେଳେ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ଜଣକ । ଗତକାଲି ରାତିରେ ରାଇରଙ୍ଗପୁର ଟାଉନ୍‌ର ଏକ ହୋଲେସଲ୍‌ ଦୋକାନୀଙ୍କଠୁ ଏହି ଲୁଟ୍‌ ହୋଇଥିବାର ଅଭିଯୋଗ ହୋଇଛି । ବାଇକ୍‌ରେ ହେଲମେଟ ପିନ୍ଧା ତିନିଜଣ ଦୁର୍ବୃ୍ତ୍ତ ଟଙ୍କା ଲୁଟିନେଇଥିବାର ଅଭିଯୋଗ ହୋଇଛି। ରାଇରଙ୍ଗପୁର ଥାନାରେ ଅଭିଯୋଗ ପରେ ପୋଲିସ୍‌ ଏହି ଘଟଣାର ଛାନ୍‌ଭିନ୍‌ କରୁଛି ।

Related posts