ଆଜିଠୁ ଝାରୁସୁଗଡାରୁ କୋଲକତା ବିମାନ ଚଳାଚଳ

Published: Jan 27, 2020, 11:01 am IST

ସମୀକ୍ଷା ବ୍ୟୁରୋ

ଝାରସୁଗୁଡା : ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଜିଠୁ ଝାରସୁଗୁଡାରୁ କୋଲକତା ବିମାନ ଚଳାଚଳ । ଉଡାନ 3.0 ଯୋଜନରେ ନିୟମିତ ରୂପରେ ଚଳାଚଳ କରିବ ବିମାନ । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନବନ୍ଦରରୁ ଦିନ ୧୧ ଟା ୪୫ ମିନିଟରୁ ଆସି ୧ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଂଚିବ। ଝାରସୁଗୁଡ଼ାରୁ ଦିନ ୧ ଟା ୪୫ରୁ ଛାଡ଼ି ପୁଣି ୩ଟା ୧୫ ମିନିଟରେ କୋଲକାତାରେ ପହଂଚିବ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ସେହି ବୈଠକରେ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବାଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା ।

Related posts