ପୂର୍ବତଟ ରେଳପଥ ପକ୍ଷରୁ ୭୧ତମ ଗଣତନ୍ତ୍ର ଦିବସ ପାଳିତ

Published: Jan 27, 2020, 1:25 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗଙ୍କ ସହିତ ରେଳବ୍ୟବହାରକାରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବା, ରେଳପଥର କାର୍ଯ୍ୟ ଦକ୍ଷତା ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳମାର୍ଗର ଭିତ୍ତିଭୂମିର ବିକାଶ, ଡିଜିଟାଲ ସେବା ଓ ମାନବ ସମ୍ବଳ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତର ବିକାଶ ପାଇଁ କର୍ମଚାରୀମାନଙ୍କର ନିଷ୍ଠାପର ସେବା ମନୋବୃତ୍ତିକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ।  ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗ ଏହି ଅବସରରେ ଉପସ୍ଥିତ ଥିଲେ। ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related posts