
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଘଟିଥିବା ଏନ୍କାଉଣ୍ଟରରେ ଆତଙ୍କୀ ଜଣକ ପ୍ରାଣ ହରାଇଛନ୍ତି । କୁଲଗାମ ଜିଲ୍ଲାରେ ଅରଓ୍ବାନୀ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଏନ୍କାଉଣ୍ଟରରେ ଜଣେ ସୈନ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନ୍କାଉଣ୍ଟର ଘଟିଥିଲା ।