Categories
ଆଜିର ଖବର ଜାତୀୟ ଖବର

ଆଜି ସକାଳୁ ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ସେନାର ଏନକାଉଣ୍ଟର, ଜଣେ ସେନା ଅଧିକାରୀ ଆହତ

ଶ୍ରୀନଗର, ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ସକାଳୁ ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି ବୋଲି ସେନା ସୂତ୍ରରୁ ପ୍ରକାଶ। ସେହି ଅଞ୍ଚଳର ଆତଙ୍କବାଦୀଙ୍କ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଏହି ଅଞ୍ଚଳକୁ କର୍ଡନ କରିବା ପରେ ୟେଡିପୋରାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିଥିଲେ। ଏହାପରେ ସେମାନେ ଏନକାଉଣ୍ଟର ଆରମ୍ଭ କରିଥିଲା। ବାରାମୁଲାର ୟେଡିପୋରା ପଠାନ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ସେଠାରେ ବ୍ୟାପକ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ବୋଲି ପୋଲିସ କହିଛି।

Categories
ଆଜିର ଖବର ଜାତୀୟ ଖବର

ସେନାକୁ ସଫଳତା: ସୋପିଆଁରେ 3 ଆତଙ୍କବାଦୀ ନିହତ

ଶ୍ରୀନଗର: ଭାରତୀୟ ସେନାକୁ ମିଳିଛି ବଡ ସଫଳତା। ସୋପିଆଁରେ ମଙ୍ଗଳବାର ଘଟିଥିବା ଏହି ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳୁ ସୋପିଆଁର ତୁର୍କଓ୍ବାଙ୍ଗାନ ଅଞ୍ଚଳରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଘଟିଥିବା ନେଇ ରିପୋର୍ଟ ମିଳିଛି। ତିନି ଆତଙ୍କବାଦୀଙ୍କ ପରିଚୟ ମିଳି ନଥିବା ବେଳେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସେନାକୁ ସଫଳତା : ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା । ବୁଧବାର ସୋପିଆନ୍‌ରେ ଘଟିଥିବା ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆନ୍‌ର ସୁଗୁ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ବିଗତ ତିନି ଦିନ ମଧ୍ୟରେ 11 ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ବେଳେ ସୁଗୁରେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯିବା ଫଳରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବଳଙ୍କୁ ସଫଳତା : ଜମ୍ମୁ କାଶ୍ମୀରରେ 5 ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷା ବଳଙ୍କ ସହିତ ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ 5 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା । ସୋପିଆଁର ରେବାନ୍‌ରେ କିଛି ଆତଙ୍କୀ ଲୁଚି ରହିଥିବା ନେଇ ଖବର ମିଳିବା ପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଥିବା ବେଳେ 5 ଜଣ ଆତଙ୍କୀ ନିପାତ ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ 3 ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ଦୁଇ ବିଏସ୍‌ଏଫ୍‌ ଯବାନ ଶହୀଦ ହେବା ପରେ ଜାରି ରହିଥିବା ସର୍ଚ୍ଚ ଅପରେସନ୍‌ରେ 3 ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏହି 3 ବ୍ୟକ୍ତି ନିକଟରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ସହିତ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ଗିରଫ ତିନି ଆତଙ୍କବାଦୀ ଜମ୍ମୁ କାଶ୍ମୀରର କୁପଓ୍ବାରା ଜିଲ୍ଲାର ବୋଲି ଜଣାପଡିଛି । କୁପଓ୍ବାରାରେ ସର୍ଚ୍ଚ ଅପରେସନ୍‌ ସମୟରେ ଉତ୍ତର କାଶ୍ମୀରର ସୋଗମରୁ ତିନି ଆତଙ୍କୀଙ୍କୁ ଗିରଫ କରାଯାଇଥିବା ନେଇ କୁପଓ୍ବାରା ଏସ୍‌ଏସ୍‌ପି ଶ୍ରୀରାମ ଅମ୍ବାର୍କାର ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାନୁୟାରୀ ପରଠାରୁ ମରିଛନ୍ତି 64 ଆତଙ୍କୀ

ଶ୍ରୀନଗର : ଜାନୁୟାରୀ ପରଠାରୁ କାଶ୍ମୀର ଉପତ୍ୟାକାରେ 64 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଏହି ସମୟରେ 25 ଆତଙ୍କବାଦୀ ଏବଂ 125 ଆତଙ୍କୀଙ୍କ ସହଯୋଗୀ ଗିରଫ ହୋଇଛନ୍ତି । ନିହତ ଆତଙ୍କୀଙ୍କ ମଧ୍ୟରେ ଜୈସ୍‌ର କାରି ୟାସିର୍‌, ଏଜିଏଚ୍‌ର ବୁର୍‌ହାନ୍‌ କୋକା ଏବଂ ହିଜବୁଲ୍‌ର ରିୟାଜ୍‌ ନାଇକୁ ଅନ୍ତର୍ଭୁକ୍ତ । ଜାନୁୟାରୀ ପରଠାରୁ ସେନା ପକ୍ଷରୁ 27ଟି ଏନ୍‌କାଉଣ୍ଟରରେ ଏହି ସଫଳତା ମିଳିଥିବା ନେଇ ଆଇଜିପି ପ୍ରକାଶ କରିଛନ୍ତି । ରିୟାଜ୍‌ର ଏନ୍‌କାଉଣ୍ଟର ସେନା ପାଇଁ ବୃହତ ସଫଳତା ବୋଲି ଆଇଜିପି ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଅବନ୍ତୀପୁରାରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଅବନ୍ତୀପୁରାରେ ସୁରକ୍ଷା ବଳଙ୍କୁ ବଡ ସଫଳତା । ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଦକ୍ଷିଣ କାଶ୍ମୀରର ଅବନ୍ତୀପୁରା ଏବଂ ଶାହରାହଲିରେ ଏନ୍‌କାଉଣ୍ଟର ସଙ୍ଗଠିତ ହେବା ସହିତ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ସେନା ଏବଂ ଜମ୍ମୁ କାଶ୍ମୀର ପୋଲିସ୍‌ ପକ୍ଷରୁ ମିଳିତ ଭାବରେ କରାଯାଇଥିବା ଏହି ଅପରେସନ୍‌କୁ ବଡ ସଫଳତା ମିଳିଥିବା କୁହାଯାଉଛି । ମୃତ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ କମାଣ୍ଡର ରହିଥିବା ନେଇ ସେନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଏନକାଉଣ୍ଟର ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ମଙ୍ଗଳବାର ରାତିରୁ ଶାହରାହଲିରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ବୁଧବାର ସକାଳୁ ଅବନ୍ତୀପୁରାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ଲିଙ୍କ ଥିବା ଯୁବକ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଚ୍ଚ ଅପରେସନ୍‌ରେ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଡୋଡାରୁ ମଙ୍ଗଳବାର ଗିରଫ ହୋଇଥିବା ଏହି ଯୁବକଙ୍କ ନାମ ତନ୍‌ଭୀର ଅହମ୍ମଦ ମଲିକ୍‌ । ଗିରଫ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ହିଜବୁଲ୍‌ ମୁଜାହିଦ୍ଦିନିର କମାଣ୍ଡର ହାରୁନ୍‌ ଆବ୍ବାସ ସହିତ ଏହି ଯୁବକଙ୍କ ସମ୍ପର୍କ ରହିଥିଲା । ଜାନୁୟାରୀ 15ରେ ଆବ୍ବାସର ଏନ୍‌କାଉଣ୍ଟର ପରଠାରୁ ଏହି ଯୁବକ ଜଣକ ନିଖୋଜ ରହିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଶନିବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶନିବାର ଦିନ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଦୁଇ ନିହତ ଆତଙ୍କବାଦୀ ଜୈସ ଏ ମହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି । ଉକ୍ତ ଅଞ୍ଚଳରେ ଆହୁରି 4 ଜଣ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ଜଣାପଡିଛି । 10 ଘଣ୍ଟା ଧରି ଏନ୍‌କାଉଣ୍ଟର କରାଯିବା ପରେ ସେନା ପକ୍ଷରୁ ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଦୁଇ ଆତଙ୍କୀ ନିପାତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍‌ରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଦୁଇ ଆତଙ୍କୀ ବୁଧବାର ଦିନ ଏକ ପୋଲିସ୍‌ ଦଳ ଉପରକୁ ଆକ୍ରମଣ କରିବା ସହିତ ଦୁଇଟି ରାଇଫଲ୍‌ ନେଇ ଯାଇଥିଲେ । ଶୁକ୍ରବାର ଏନ୍‌କାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବା ସହିତ ରାଇଫଲ୍‌ ଦୁଇଟିକୁ ଜବତ କରିଛି ଭାରତୀୟ ସେନା । ବୁଧବାର ଠାରୁ ଜମ୍ମୁ କାଶ୍ମୀର ପୋଲିସ୍‌ ଏବଂ ରାଷ୍ଟ୍ରୀୟ ରାଇଫଲ୍‌ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆତଙ୍କୀଙ୍କ ଗୁଳିରେ ଅବସରପ୍ରାପ୍ତ ଯବାନ ଶହୀଦ

ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍‌ଦୁଲ୍‌ ହମିଦ ମାଣ୍ଡୁଙ୍କ ଉପରକୁ ରବିବାର ସନ୍ଧ୍ୟାରେ ଆତଙ୍କୀ ମାନେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତନାଗ ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀନଗରରେ ସୋମବାର ସକାଳୁ ଯବାନ ଜଣକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ପରୀକ୍ଷଣ ପାଇଁ ଯାଇଥିବା ଡାକ୍ତରୀ ଦଳକୁ ଅପହରଣ

ଶ୍ରୀନଗର : ଦେଶରେ କରୋନା ଭାଇରସ୍‌ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ କାଶ୍ମୀରର ବଡଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଏକ ଡାକ୍ତରୀ ଦଳକୁ ଅପହରଣ କରାଯାଇଛି । ଶେଖ୍‌ପୁରାର ଓ୍ବଥୁରା ଗ୍ରାମରେ ଏକ ପରିବାର ଦ୍ବାରା ସ୍ବାସ୍ଥ୍ୟ କର୍ମୀଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଡାକ୍ତରୀ ଦଳକୁ ଉଦ୍ଧାର କରାଯିବା ସହିତ ଅପହର୍ତ୍ତା ପରିବାରକୁ ଗିରଫ କରାଯାଇଛି । ପୋଲିସ୍‌ ଉପରକୁ ପଥର ମାଡ କରାଯିବା କାରଣରୁ 3 ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ୍‌ ପକ୍ଷରୁ ପରିବାର ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଶନିବାର ଦିନ ନୂତନ ଭାବରେ 17 କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 224ରେ ପହଞ୍ଚିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ୪ଲସ୍କର ଆତଙ୍କୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା। ଶୁକ୍ରବାର ଜମ୍ମୁ କାଶ୍ମୀର ପୋଲିସ୍ ୪ ଲସ୍କର ଆତଙ୍କୀଙ୍କୁ ଗିରଫ କରିଛି। ଜମ୍ମୁ କାଶ୍ମୀରରୁ କୁପୱାରା ଜିଲ୍ଲାର ହଣ୍ଡୱାରାରୁ ପୋଲିସ୍ ଏହି ୪ ଆତଙ୍କୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଆତଙ୍କୀଙ୍କ ସୂଚନା ମିଳିବା ପରେ ତିନି ସ୍ଥାନରେ ଚଢାଉ କରାଯାଇ ଚାରି ଆତଙ୍କୀଙ୍କୁ ଗିରଫ କରାଯିବା ସହିତ ତିନୋଟି ଏକେ -୪୭ ରାଇଫଲ୍‌, ୮ଟି ଏକେ ମାଗ୍‌ଜିନ୍‌. ୩୩୨ ରାଉଣ୍ଡ ରାଇଫଲ୍ ଗୁଳି, ୧୨ଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ତିନୋଟି ପିସ୍ତଲ ଜବତ କରାଯାଇଛି। ଏହି ଆତଙ୍କୀ ମାନଙ୍କୁ ସହାୟତା କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସାର୍କ ସମ୍ମିଳନୀରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କୋରୋନା ଭାଇରସ୍‌ କାରଣରୁ ବିଶ୍ବ ସଙ୍କଟରେ ରହିଥିବା ବେଳେ ପାକିସ୍ତାନର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଜମ୍ମୁ କାଶ୍ମୀରରୁ ସମସ୍ତ ପ୍ରକାର କଟକଣା ଉଠାଇବା ପାଇଁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀରେ ମୋଦି ସମସ୍ତ ରାଷ୍ଟ୍ରଙ୍କୁ କୋରୋନାର ମୁକାବିଲାର ପରାମର୍ଶ ଦେଇଥିଲେ । ପ୍ରସ୍ତୁତ ରହିବା ସହିତ ଦୃଢ ଭାବରେ ଭାଇରସ୍‌ର ମୁକାବିଲା କରିବା ପାଇଁ ମୋଦି ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଭୟଭୀତ ନହେବା ପାଇଁ ମୋଦି ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତ ସାର୍କ ସମୁଦାୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଥିଲେ । ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107 ପହଞ୍ଚିଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ରାଜ୍ୟର ଦାବି ଦୋହରାଇଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ମୁଖିଆ ମାନଙ୍କୁ ଅଟକ ରଖାଯାଇଥିଲା । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବା ପରେ ଶନିବାର ଆଜାଦ୍‌ ତାଙ୍କୁ ଭେଟିବା ସହିତ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ପୁନର୍ବ୍ୟବସ୍ଥିତ ହେବ 4ଜି ଇଣ୍ଟରନେଟ୍‌ ସେବା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍‌ ସେବା ପୁନର୍ବ୍ୟବସ୍ଥିତ ହେବାକୁ ଯାଉଛି । ଶୁକ୍ରବାର ମଧ୍ୟରାତ୍ରରୁ 4ଜି ସେବା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କୋରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ଦେଶ ପ୍ରଭାବିତ ହୋଇଥିବା ବେଳେ ଜମ୍ମୁ ଉପତ୍ୟାକାରେ ଲୋକଙ୍କୁ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନ୍‌ସଲ ଏହି ସୂଚନା ଦେଇଛନ୍ତି । ଗୁରୁବାର ଜମ୍ମୁ କଶ୍ମୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଜି ଏମ୍‌ ମୁର୍ମୁଙ୍କ ନେତୃତ୍ବରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଗୃହବନ୍ଦୀରୁ ମୁକ୍ତ ହେବେ ଫାରୁକ୍‌ ଅବଦୁଲ୍ଲା

ଶ୍ରୀନଗର : ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘ ସାତ ମାସ ଧରି ଗୃହବନ୍ଦୀ ରହିବା ପରେ ଗୁରୁବାର ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ସମେତ ଅନ୍ୟତମ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ଅଗଷ୍ଟ 5, 2019ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସହିତ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯାଇଥିଲା । ଜମ୍ମୁ କାଶ୍ମୀର ଗୃହ ସଚିବ ଶାଲୀନ୍‌ କାବ୍ରା ଫାରୁକ୍‌ଙ୍କୁ ମୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ହଟିଲା ସୋସିଆଲ ମିଡିଆ କଟକଣା

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆ ଉପରୁ କଟକଣା ହଟାଯାଇଛି । ପୂର୍ବରୁ 2ଜି ମୋବାଇଲ ସେବା ଲାଗୁ ହୋଇଥିବା ବେଳେ ବୁଧବାର ସୋସିଆଲ ମିଡିଆ ଉପରୁ କଟକଣା ପ୍ରତ୍ୟାହାର କରାଯାଇଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନିୟମ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଶାଲୀନ୍‌ କବ୍ରା ଏହି ପ୍ରତିବନ୍ଧକ ହଟାଇବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟିଥିଲେ ମଧ୍ୟ ଇଣ୍ଟରନେଟ୍‌ ସେବା 2ଜି ହିଁ ରହିବ ବୋଲି ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରୁ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ଶନିବାର ସକାଳୁ ଦୁଇ ଲସ୍କର ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅପରାହ୍ନରେ ଜଣେ ହିଜବୁଲ୍‌ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀର ନାମ ଜୁନୈଦ୍‌ ଫାରୁଖ୍‌ ପଣ୍ଡିତ ଏବଂ 2019ରୁ ସେ ସୁରକ୍ଷାବଳଙ୍କ ହିଟ୍‌ଲିଷ୍ଟରେ ରହିଥିବା ଜଣାପଡିଛି । ବାରାମୂଲ୍ଲାର ଟାପ୍ପର ପଟ୍ଟାନରୁ ଜୁନୈଦଙ୍କୁ ଗିରଫ କରାଯାଇଛି । ଆତଙ୍କୀଙ୍କ ନିକଟରୁ ଗୋଟିଏ ଚାଇନିଜ୍‌ ପିସ୍ତଲ, 13 ରାଉଣ୍ଡ ଜୀବନ୍ତ ଗୁଳି ଏବଂ ଦୁଇଟି ମାଗଜିନ୍‌ ଜବତ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଦୁଇ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଦୁଇ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ୍‌, ସିଆରପିଏଫ୍‌ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍‌ରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହେରାରେ ଏହି ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ନିହତ ଦୁଇ ଆତଙ୍କୀ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନ୍‌କାଉଣ୍ଟର ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ରବିବାର ସକାଳୁ ଜମ୍ମୁ କାଶ୍ମୀରରେ 2ଜି ଇଣ୍ଟରନେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ପୁନର୍ବାର ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ବିଛିନ୍ନତା ବାଦୀ ନେତା ସୟଦ ଅଲୀ ଶାହ ଗିଲାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବଳ ଅଧିକାରୀଙ୍କୁ ମୁତୟନ କରାଯାଇଛି । ବିଗତ କିଛି ଦିନ ଧରି ଗିଲାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିବା ବେଳେ ବର୍ତ୍ତମାନ ସ୍ଥିର ରହିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । (ଜେନ୍ସି)