ଜମ୍ମୁ କାଶ୍ମୀର ରାଜ୍ୟର ଦାବି ଦୋହରାଇଲେ ଗୁଲାମ ନବୀ ଆଜାଦ

Published: Mar 14, 2020, 5:41 pm IST

ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ମୁଖିଆ ମାନଙ୍କୁ ଅଟକ ରଖାଯାଇଥିଲା । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବା ପରେ ଶନିବାର ଆଜାଦ୍‌ ତାଙ୍କୁ ଭେଟିବା ସହିତ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)

Related posts