Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ରାଜ୍ୟର ଦାବି ଦୋହରାଇଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ମୁଖିଆ ମାନଙ୍କୁ ଅଟକ ରଖାଯାଇଥିଲା । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବା ପରେ ଶନିବାର ଆଜାଦ୍‌ ତାଙ୍କୁ ଭେଟିବା ସହିତ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗୃହବନ୍ଦୀରୁ ମୁକ୍ତ ହେବେ ଫାରୁକ୍‌ ଅବଦୁଲ୍ଲା

ଶ୍ରୀନଗର : ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘ ସାତ ମାସ ଧରି ଗୃହବନ୍ଦୀ ରହିବା ପରେ ଗୁରୁବାର ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ସମେତ ଅନ୍ୟତମ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ଅଗଷ୍ଟ 5, 2019ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସହିତ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯାଇଥିଲା । ଜମ୍ମୁ କାଶ୍ମୀର ଗୃହ ସଚିବ ଶାଲୀନ୍‌ କାବ୍ରା ଫାରୁକ୍‌ଙ୍କୁ ମୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । (ଏଜେନ୍ସି)