Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ – ‘ପାକିସ୍ତାନ ହିଁ ଶତ୍ରୁ’
ଜାତୀୟ ଖବର

ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ – ‘ପାକିସ୍ତାନ ହିଁ ଶତ୍ରୁ’

October 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜାଦ
ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ - 'ପାକିସ୍ତାନ ହିଁ ଶତ୍ରୁ'

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପାକିସ୍ତାନର ଭୂମିକାକୁ ନେଇ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ବିବାଦ ବଢିଛି। ବାରାମୂଳାରେ କର୍ମୀମାନଙ୍କୁ ସମ୍ବୋଧିତ କରି ଫାରୁକ କହିଥିଲେ ଯେ, ପାକିସ୍ତାନ ବିଶ୍ୱ ସ୍ତରରେ କାଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ବିଶ୍ୱର ଧ୍ୟାନ କାଶ୍ମୀର ଉପରେ ଯାଉଛି ଏବଂ ଦିଲ୍ଲୀ ଉପରେ ଚାପ ପଡୁଛି, ତେଣୁ ଭାରତ ସରକାର କାଶ୍ମୀର ପାଇଁ ପଦକ୍ଷେପ ନେଉଛନ୍ତି। ଏହି ବୟାନ ପରେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗୁଲାମ ନବୀ ଆଜାଦଙ୍କ ପଲଟା ଜବାବ:

ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, “ମୁଁ ଫାରୁକ ସାହେବଙ୍କୁ ସମ୍ମାନ କରେ, କିନ୍ତୁ ତାଙ୍କ ବୟାନ ସମ୍ପୂର୍ଣ୍ଣ ଭୁଲ। ଯଦି ଭାରତ ଓ ଜମ୍ମୁ-କାଶ୍ମୀରର କୌଣସି ଶତ୍ରୁ ଅଛି ତେବେ ସେ ପାକିସ୍ତାନ। PoKରେ ଆଜି କ’ଣ ସ୍ଥିତି? ସେଠି କେତେ ଲୋକ ମରୁଛନ୍ତି? ସେମାନେ ଭାରତକୁ ଫେରି ଆସିବାକୁ ଚାହୁଁଛନ୍ତି। ୧୯୪୭ ପରଠୁ କାଶ୍ମୀରରେ ଯାହା ବି ବିକାଶ ହୋଇଛି ତାହା କେନ୍ଦ୍ର ସରକାରଙ୍କ ପ୍ରୟାସର ଫଳ।”

ସେ ଆହୁରି କହିଛନ୍ତି, ନେହେରୁ, ଇନ୍ଦିରା, ରାଜୀବ, ବାଜପେୟୀ, ମନମୋହନ ହେଉ ବା ମୋଦୀ – ସମସ୍ତ ସରକାର କାଶ୍ମୀର ବିକାଶକୁ ପ୍ରାଥମିକତା ଦେଇଛନ୍ତି।

ଧର୍ମଗୁରୁ ଓ ମନ୍ତ୍ରୀଙ୍କ ଆପତ୍ତି:

ବରେଲିର ମୌଲାନା ଶାହାବୁଦ୍ଦିନ ଏବଂ ଲକ୍ଷ୍ନୌର ମୌଲାନା ରଶିଦ ଫିରଙ୍ଗୀ ମହଲୀ ମଧ୍ୟ ଫାରୁକଙ୍କ ବୟାନକୁ ନିନ୍ଦା କରି ସ୍ପଷ୍ଟୀକରଣ ମାଗିଛନ୍ତି। କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ବୋଲି ସେମାନେ କହିଛନ୍ତି।

ୟୁପି ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି, “ଏମାନେ କାଶ୍ମୀରକୁ ଦ୍ୱିତୀୟ ଶ୍ରେଣୀର କରି ରଖିଥିଲେ, ଆଜି ମୋଦୀ ସରକାରରେ କାଶ୍ମୀର ମୁଖ୍ୟଧାରାରେ ଯୋଡି ହେଉଛି।”

farooqabdullah GhulamNabiAzad jammukashmir POK
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026
Latest News

ଭୁବନେଶ୍ୱରରେ ବେଧଡ଼କ ଚାଲିଛି ଟ୍ୟାଙ୍କର୍‌ କ୍ଷୀର ବିକ୍ରି

October 25, 2026

ଫାରୁକ ଅବଦୁଲ୍ଲାଙ୍କ ବୟାନରେ ବିବାଦ: ଆଜାଦଙ୍କ ଜବାବ – ‘ପାକିସ୍ତାନ ହିଁ ଶତ୍ରୁ’

October 25, 2026

ରିଆଲିଟି ଶୋ’ରୁ ବାହାରିବା ପରେ ଅଭିନେତ୍ରୀଙ୍କୁ ରେପ୍ ଓ ହତ୍ୟା ଧମକ

October 25, 2026

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.