Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : 2 ଆତଙ୍କୀଙ୍କ ସହିତ ଜଣେ ସିଆରପିଏଫ୍‌ ଯବାନଙ୍କ ପ୍ରାଣହାନି

ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ବୁଧବାର ଶ୍ରୀନଗରରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା । ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀ ମାନେ ଆକ୍ରମଣ କରିଥିଲେ । ସିଆରପିଏଫ୍‌ ପକ୍ଷରୁ ପ୍ରତି ଆକ୍ରମଣରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିଲେ । ଦୁଇ ଆତଙ୍କୀଙ୍କ ପରିଚୟ ଗୋପନ ରଖାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ଆତଙ୍କୀ ଜଣକ ପ୍ରାଣ ହରାଇଛନ୍ତି । କୁଲଗାମ ଜିଲ୍ଲାରେ ଅରଓ୍ବାନୀ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଏନ୍‌କାଉଣ୍ଟରରେ ଜଣେ ସୈନ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଏନ୍‌କାଉଣ୍ଟର ଘଟିଥିଲା ।

Categories
ଆଜିର ଖବର ଜାତୀୟ ଖବର

4 ଆତଙ୍କୀ ଗିରଫ : ବିପୁଳ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛ । ଜମ୍ମୁ କାଶ୍ମୀରର ବନ୍ଦିପୋରାରେ ଶନିବାର 4 ଆତଙ୍କୀଙ୍କୁ ଗିରଫ କରାଯାଇଛି । 4 ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହିତ ବିପୁଳ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଉତ୍ତର କାଶ୍ମୀରର ବନ୍ଦିପୋରାରେ ଚାରି ଆତଙ୍କବାଦଙ୍କୁ ଗିରଫ କରାଯାଇଥିବା ବେଳେ 2ଟି ପିସ୍ତଲ, 2ଟି ଗ୍ରେନେଡ୍‌ ଲଞ୍ଚର, 6ଟି ଗ୍ରେନେଡ୍, 10ଟି ଏକେ 47 ମାଗ୍‌ଜିନ୍‌ ଏବଂ 512 ରାଉଣ୍ଡ ଏକେ -47 ଗୁଳି ଜବତ କରାଯାଇଛି । ଆତଙ୍କୀଙ୍କ ସମ୍ପର୍କକୁ ନେଇ ତଦନ୍ତ ଜାରି ରହିଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କୀ ସହିତ ଦୁଇ ସୁରକ୍ଷା ଅଧିକାରୀଙ୍କ ପ୍ରାଣହାନି

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ମଙ୍ଗଳବାର ସଙ୍ଗଠିତ ଏହି ଏନ୍‌କାଉଣ୍ଟରରେ ଦୁଇ ସୁରକ୍ଷା ଅଧିକାରୀ ସହିଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କୀ ମଧ୍ୟ ପ୍ରାଣ ହରାଇଛନ୍ତି । ଦୁଇ ସୁରକ୍ଷା ଅଧିକାରୀଙ୍କ ମଧ୍ୟରୁ ଜଣେ ଭାରତୀୟ ସେନାର ଯବାନ ହୋଇଥିବା ବେଳେ ଅନ୍ୟ ଜଣେ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ପିଓ ଅଟନ୍ତି । ଟ୍ରାଲର ଜାଣ୍ଡ ଗ୍ରାମରେ ପୋଲିସ୍‌ ଏବଂ ସେନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ଏହି ଗୁଳିଚାଳନା ଘଟିଥିଲା । ଦୁଇ ସୁରକ୍ଷା ଅଧିକାରୀ ଗୁଳି ମାଡରେ ଗୁରୁତର ଆହତ ହୋଇଥିବା ବେଳେ ହସ୍ପିଟାଲ ନିଆଯିବା ରାସ୍ତାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିନଥିବା ବେଳେ ଉଭୟଙ୍କ ନିକଟରୁ 4ଟି ରାଇଫଲ୍‌ ଜବତ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ସୋପିଆଁରେ ତିନି ଆତଙ୍କୀ ନିହତ

ସୋପିଆଁ : ଜମ୍ମୁ କାଶ୍ମୀରର ସୋପିଆଁ ଜିଲ୍ଲାରେ ତିନି ଆତଙ୍କୀ ପ୍ରାଣ ହରାଇଛନ୍ତି । ସୋମବାର ସୁରକ୍ଷା ବଳ ଅଧିକାରୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ସୋପିଆଁରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇ ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିବା ବେଳେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ପାଲଟା ଗୁଳିମାଡରେ ତିନି ଆତଙ୍କୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ସୁରକ୍ଷା ବଳ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ବରଫ ମଧ୍ୟରେ ଭାରତୀୟ ଯବାନ ନିଖୋଜ

ଶ୍ରୀନଗର : ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍‌ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ ରାଜେନ୍ଦ୍ର ସିଂ ନେଗୀ ନାମକ ଏହି ଯବାନ ଜଣକ ନିଖୋଜ ହୋଇଛନ୍ତି । ସେନା ପକ୍ଷରୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜିନ୍ଦର ପିଓକେ ପଟକୁ ଚାଲିଯାଇଥିବାରୁ ଉଦ୍ଧାର ସମ୍ଭବ ହୋଇପାରିନଥିବା ସେନା ପକ୍ଷରୁ କୁହାଯାଇଛି । ହାବିଲଦାରଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ତ୍ରାଲ୍‌ରେ ଏନ୍‌କାଉଣ୍ଟର : 3 ଆତଙ୍କୀ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍‌କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ଆତଙ୍କୀଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସୁରକ୍ଷା ବଳଙ୍କ ପକ୍ଷରୁ ପାଲଟା ଗୁଳି ଚାଳନାରେ ତିନି ଆତଙ୍କୀ ପ୍ରାଣ ହରାଇଥିଲେ । ଗୁଳିଚାଳନା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଥିବା ବେଳେ ତିନି ଆତଙ୍କୀ ନିହତ ହୋଇଥିବା ନେଇ ସେନା ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସପ୍ତାହେ ଭିତରେ ଜାମ୍ମୁ କାଶ୍ମୀରରେ ଇଣ୍ଟରନେଟ ବ୍ୟବସ୍ଥାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

ଇଣ୍ଟରନେଟ ବ୍ୟବହାର କରିବାର ସୁଯୋଗ ନାଗରିକର ମୌଳିକ ଅଧିକାର ଓ ଏହାକୁ ଅକାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଟେଲିଫୋନ ଓ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆସନ୍ତା ସପ୍ତାହେ ଭିତରେ ଏହାର ସମୀକ୍ଷା କରିବାକୁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କୁ ସମ୍ବିଧାନର ଧାରା ୧୯ରେ ଦିଆଯାଇଥିବା ବାକ ଓ ଅଭିବ୍ୟକ୍ତିର ଅଧିକାର ସହିତ ଇଣ୍ଟର୍ନେଟ ସୁଯୋଗ ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟର ତିନି ଜଣିଆଁ ଖଣ୍ଡପୀଠ ରାୟ ଦେଇଛନ୍ତି। ଗତ ୧୫୦ ଦିନହେଲା ସୁରକ୍ଷା କାରଣରୁ ସେଠାରେ ଇଣ୍ଟର୍ନେଟ ସେବା ବନ୍ଦ କରାଯାଇଛି ବୋଲି କେନ୍ଦ୍ର ସରକାର ରଖିଥିବା ଯୁକ୍ତିର ଉତ୍ତରରେ ସୁପ୍ରିମ କୋର୍ଟ କହିଛନ୍ତି ଯେ -ଆମକୁ ଜାତୀୟ ସୁରକ୍ଷା ଓ ନାଗରିକର ସ୍ଵାଧୀନତା ଭିତରେ ସମନ୍ଵୟ ରଖିବାକୁ ପଡିବ। କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଅନ୍ୟମାନେ ଦାଖଲ କରିଥିବା ମାମଲାର ବିଚାର କରି ଜଷ୍ଟିସ ଏନ.ଭି.ରମନ୍ନା  ଜଷ୍ଟିସ ଆର.ସୁବାସ ରେଡ୍ଡୀ ଓ ଜଷ୍ଟିସ ବି।ଆର.ଗଭାଇଙ୍କ  ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ରାୟରେ ଲୋକଙ୍କ ପ୍ରତିବାଦ କରିବାର ଅଧିକାରକୁ କ୍ଷୁଣ୍ଣ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରା ୧୪୪ ଜାରି କରାଯାଇ ପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଗ୍ରେନେଡ ମାଡ : 2 ସାଧାରଣ ନାଗରିକ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । ଏକ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗା ଯାଇଥିଲେ ମଧ୍ୟ ଏହା ଘର ଉପରେ ନପଡି ରାସ୍ତାରେ ପଡିବାରୁ ବିଶେଷ କ୍ଷତି ଘଟିନଥିଲା । ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ୍‌ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଗସ୍ତ କରିବେ 17 ରାଷ୍ଟ୍ରଦୂତ

ନୁଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ  ଧାରା 370 ଉଛେଦ ହେବା ପରେ ପାକିସ୍ଥାନ ଭାରତକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବା ପାଇଁ ବହୁ ପ୍ରଚେଷ୍ଟା ଚଳାଇଛି।  ଜମ୍ମୁ କାଶ୍ମୀରରେ 370 ଧାରା ଉଛେଦ୍ଦ ହେବ ପରେ ବିଦେଶୀ ରାଷ୍ଟ୍ରଦୂତମାନେ  ଔପଚାରିକ ଭାବେ  କାଶ୍ମୀର ଗସ୍ତ କରୁଛନ୍ତି।  ଏହି ଦଳରେ  ଆମେରିକା, ଭିଏତନାମ, ଦକ୍ଷିଣ କୋରିଆ ସମେତ 17ଟି ଦେଶର ରାଷ୍ଟ୍ରଦୁତ ରହିଛନ୍ତି।  ଏହି ଗସ୍ତରେ  ୟୁରୋପିୟନ ୟୁନିୟନର ରାଷ୍ଟ୍ରଦୂତ ସାମିଲ ନାହାନ୍ତି।  ୟୁରୋପୀୟ ଦଳ ଅକ୍ଟୋବର ରେ କାଶ୍ମୀର ଗ୍ରସ୍ତ କରିଥିଲେ। ଏହି ସଦସ୍ୟମାନେ ଜାମ୍ମୁରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ଘାଟି ରେ ସ୍ଥିତି ସମୀକ୍ଷା କରିବେ।

Categories
ଆଜିର ଖବର ଜାତୀୟ ଖବର

ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି : ନରାଓ୍ବଣେ

ନୂଆଦିଲ୍ଲୀ,01/01 : ନବନଯୁକ୍ତ ଭାରତୀୟ ସ୍ଥଳସେନା ମୁଖ୍ୟ ଧାରା 370 ଉଚ୍ଛେଦକୁ ନେଇ ନିଜର ମତ ରଖିଛନ୍ତି । ଧାରା 370 ଉଚ୍ଛେଦକୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ଆତଙ୍କବାଦରେ ହ୍ରାସ ଘଟିଛି ବୋଲି ନରାଓ୍ବଣେ ପ୍ରକାଶ କରିଛନ୍ତି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା କାଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ପାକିସ୍ତାନ ଆତଙ୍କବାଦକୁ ମାଧ୍ୟମ ଭାବରେ ବାଛିଥିବା ବେଳେ ଧାରା 370 ଉଚ୍ଛେଦ ଆତଙ୍କବାଦ ମୁକାବିଲାର ଏକ ସଫଳ ସଫଳ ମାଧ୍ୟମ ସାବ୍ୟସ୍ତ ହୋଇଛି । ଉଲ୍ଳେଖଯୋଗ୍ୟ ଯେ, ଭାରତର 28 ତମ ସ୍ଥଳସେନା ମୁଖ୍ୟ ଭାବରେ ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିବା ପରେ ଏହି ମତ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ ସିବିଆଇର ଚଢାଉ

ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ସମୟରେ ଦାୟିତ୍ବରେ ରହିଥିବା ସମସ୍ତ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । କୁପଓ୍ବାରା, ବାରମୁଲ୍ଲା, କ୍ଷୀତଓ୍ବାର, ରଜୌରୀ ଏବଂ ଡୋଡାର ଜିଲ୍ଳାପାଳଙ୍କ ଘର ଉପରେ ଚଢାଉ ମଧ୍ୟ କରାଯାଇଛି । ସିବିଆଇର 13ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ନେଇ ସିବିଆଇ ମୁଖପାତ୍ର ନୀତିନ ଓ୍ବାକାଙ୍କର ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

କାଠୁଆ,12/12 : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍‌ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏପରି ପରସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢିବା ନିହାତି କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।(ଏଜେନ୍ସୀ)

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାଲାକୋଟ ଏବଂ କୃଷ୍ଣା ଘାଟି ସହିତ ବାରାମୁଳାର ଉରି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ ଲାଗାତର ମୋର୍ଟାର ମାଡ଼ କରାଯାଇଛି । ଉରିର ସିଲିକୁଟ ଅଞ୍ଚଳରେ କ୍ରମାଗତ 2 ଘଣ୍ଟା ଧରି ଗୁଳିମାଡ଼ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ଦୁଇରୁ ତିନି ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏହି ଆକ୍ରମଣରେ କୌଣସି ପ୍ରାଣହାନି ଘଟିନଥିବା ଜଣାପଡିଛି ।

Categories
ଆଜିର ଖବର

କଂଗ୍ରେସ ସଂସଦୀୟ ଦଳ ବୈଠକ : ମୋଦି-ଶାହାଙ୍କୁ ସୋନିଆଙ୍କ ସମାଲୋଚନା

ନୂଆଦିଲ୍ଲୀ,28/11 : କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଏକେ ଅଣ୍ଟୋନୀ ଏବଂ ଗୁଲାମ ନବୀ ଆଜାଦ ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏବଂ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହୋଇଥିବା ସମସ୍ୟା ପାଇଁ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିଥିଲେ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ମୋଦି-ଶାହାଙ୍କ ନେତୃତ୍ବକୁ ଦାୟୀ କରିଥିଲେ ସୋନିଆ । ମହାରାଷ୍ଟ୍ରରେ ମଧ୍ୟ ସମାନ ଭାବରେ କେନ୍ଦ୍ରୀୟ ନେତୃତ୍ବ କ୍ଷମତାର ଅପ ବ୍ୟବହାର କରିଛନ୍ତି ବୋଲି ସୋନିଆ ଅଭିଯୋଗ କରିଥିଲେ ।

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ : 2 ସାଧାରଣ ନାଗରିକ ନିହତ

ଶ୍ରୀନଗର,27/11 : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର : ହିଜ୍‌ବୁଲ ଆତଙ୍କୀ ନିହତ

ଜମ୍ମୁ,26/11 : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହିଜବୁଲ ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଆତଙ୍କବାଦୀମାନେ ଆର୍ମି ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଈରଫାନ ଅହମଦ ରଥହର ବୋଲି ଜଣାପଡ଼ିଛି । ଆହୁରି 2-3 ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଅନୁସନ୍ଧାନ ଜାରି ରହିଛି । (ଏଜେନ୍ସୀ)

Categories
ବିଶେଷ ଖବର

କାଶ୍ମୀର, ଧାରା ୩୭୦ ଉଚ୍ଛେଦର ଦୁଇ ମାସ ପରେ…….

କେଦାର ମିଶ୍ର

ଭାରତର ସମ୍ବିଧାନ ଜାମ୍ମୁ କାଶ୍ମୀରକୁ ଧାରା ୩୭୦ ଅନୁଯାୟୀ ଯେଉଁ ସ୍ଵତନ୍ତ୍ର ମାନ୍ୟତା ଦେଇଥିଲା, ତାକୁ ପ୍ରତ୍ୟାହାର କରିବାର ଦୁଇ ମାସ ବିତିଯାଇଛି। କାଶ୍ମୀରର ସ୍ଵତନ୍ତ୍ର ମାନ୍ୟତା କେବଳ ଉଚ୍ଛେଦ ହୋଇନାହିଁ, ଏହାର ରାଜ୍ୟ ମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। କାଶ୍ମୀରବାସୀଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ କାଶ୍ମୀରବାସୀଙ୍କୁ ଏକ ପ୍ରକାର ଗୃହବନ୍ଦୀ କରି ରଖାଯାଇଥିଲା। ତେବେ ଧାରା ୩୭୦ ଉଚ୍ଛେଦକୁ ନେଇ ସାରାଦେଶରେ ଗୋଟେ ଅଦ୍ଭୁତ ଉନ୍ମାଦନା ସୃଷ୍ଟି କରାଗଲା। ଏହି ଧାରା ଉଚ୍ଛେଦ ହେଲା କ୍ଷଣି ଆମର ଉତ୍ସାହୀ ଦେଶପ୍ରେମୀମାନେ କାଶ୍ମୀରରେ ଜାଗା କିଣିବାର ସ୍ଵପ୍ନ ଦେଖିଲେ ଓ ଆଉ କିଛି ବିଜେପି ନେତା କାଶ୍ମୀରରେ ନିଜ ପୁଅକୁ ବିଭା କରିବାର ପ୍ରସ୍ତାବ ରଖିଲେ। ଅସଲରେ କିନ୍ତୁ ଗୋଟେ ରାଜ୍ୟ ସହିତ ସାରା ଦେଶର ଯୋଗାଯୋଗ କାଟି ଦିଆଗଲା। ଇତିହାସରେ ଏମିତି ଉଦାହରଣ ନଥିବ, ଯେଉଁଠି ୭୦ ଲକ୍ଷ ଲୋକଙ୍କୁ ୨ ମାସ ଧରି ସବୁ ପ୍ରକାର ଯୋଗାଯୋଗରୁ ବଞ୍ଚିତ ରଖି, ସେମାନଙ୍କର ଆମ ସହିତ ବାସ୍ତବ ସଂହତି ସ୍ଥାପିତ ହୋଇଛି ବୋଲି କୁହାଯିବ।

ଗତ ଦୁଇ ମାସ ଭିତରେ କାଶ୍ମୀର କେବଳ ଭାରତରେ ଚର୍ଚ୍ଚାର ପ୍ରସଙ୍ଗ ହୋଇ ରହିନାହିଁ। ଆନ୍ତର୍ଜାତିକ ଗଣମାଧ୍ୟମରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ କଠୋର ସମାଲୋଚନା କରାଯାଉଛି। ଦେଶର ଗଣମାଧ୍ୟମ ସରକାରଙ୍କ ବୋଲ ମାନି କାଶ୍ମୀରକୁ ନ ଯାଇ କାଶ୍ମୀର ରେ ସବୁ ଭଲ ଅଛି ବୋଲି କୀର୍ତ୍ତନ କରୁଥିବା ବେଳେ ଆନ୍ତର୍ଜାତିକ ଗଣମାଧ୍ୟମରେ ଠିକ ଏହାର ବିପରୀତ ରିପୋର୍ଟ ପ୍ରକାଶିତ ହେଉଛି। ରାଜନୈତିକ ଦଳ, ନାଗରିକ ସମାଜ, ଗଣମାଧ୍ୟମ ଓ ମାନବ ଅଧିକାର କର୍ମୀଙ୍କୁ କାଶ୍ମୀରକୁ ପ୍ରବେଶ ଅଧିକାର ଦିଆ ଯାଉନାହିଁ। ବହୁ ରାଜନେତା ଓ ମାନବାଧିକାର କର୍ମୀଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଜୋର କରି ଫେରାଇ ଦିଆଯାଉଛି। ଶେଷ ଖବର ଅନୁଯାୟୀ ପ୍ରଫେସର ସନ୍ଦିପ ପାଣ୍ଡେ, ପ୍ରଫୁଲ୍ଲ ସାମନ୍ତରାଙ୍କ ସମେତ ଚାରି ଜଣ ମାନବାଧିକାର କର୍ମୀଙ୍କୁ କାଶ୍ମୀରରେ ପ୍ରବେଶ ଅଧିକାର ଦିଆ ଯାଇନାହିଁ। ଏପରିକି ନିଜ ରାଜ୍ୟକୁ ଯିବାଲାଗି କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କୁ ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହେବାକୁ ପଡିଥିଲା।

କାଶ୍ମୀରର ସବୁ ରାଜନୈତିକ ଦଳର ନେତାଙ୍କୁ ବନ୍ଦୀ ବା ଗୃହ ବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ସେମାନଙ୍କ ପରିବାର ସହିତ ମିଶିବାର ସୁଯୋଗ ଦିଆ ଯାଉନାହିଁ।ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଝିଅ ନିଜ ମାଙ୍କୁ ଭେଟିବା ଲାଗି ସୁପ୍ରିମ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟର ସବୁଠୁ ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କୁ ବନ୍ଦୀ କରି ରଖାଯାଇଛି। ଗୋଟେ ପଟେ ଧାରଣା ଦିଆଯାଉଛି ଯେ ଏଇ ନେତାମାନଙ୍କର କୌଣସି ପ୍ରଭାବ ଲୋକଙ୍କ ଉପରେ ନାହିଁ, ଅପର ପକ୍ଷରେ ସବୁ ପ୍ରକାର ରାଜନୈତିକ ଗତିବିଧି କାଶ୍ମୀରରେ ବନ୍ଦ ରହିଛି। କାଶ୍ମୀର ଲୋକଙ୍କର ମୌଳିକ ଅଧିକାର ଦୁଇମାସ ଧରି କ୍ଷୁଣ୍ଣ ହୋଇଥିବା ବେଳେ ଏ ପ୍ରସଙ୍ଗରେ ବିଚାର କରିବାକୁ ଆମର ସୁପ୍ରିମ କୋର୍ଟଙ୍କ ପାଖରେ ସମୟ ନାହିଁ।

ଗୋଟେ ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ଓ ଲୋକଙ୍କ ମୌଳିକ ଅଧିକାର ବୋଲି କିଛି ନାହିଁ- ଏହା ମାନ୍ୟବର ସୁପ୍ରିମ କୋର୍ଟଙ୍କ ପାଇଁ ଚିନ୍ତାର କାରଣ ନୁହେଁ। କାଶ୍ମୀରରେ ବହୁ ସଂଖ୍ୟକ ନାବାଳକଙ୍କୁ ଗିରଫ କରାଯାଇଥିବାର ଖବର ଭିନ୍ନ ଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ଆମ ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଉପରେ ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରଶ୍ନ ଉଠାଉଛନ୍ତି। ହେଲେ ଆମର ସବୁ ବ୍ୟବସ୍ଥା ଏ ପ୍ରସଙ୍ଗରେ ସରକାରଙ୍କ ଅନ୍ଧ ଗୋଡାଣିଆଁ ହେବାକୁ ପସନ୍ଦ କରୁଛନ୍ତି। କାଶ୍ମୀର ଯଦି ଆମର, ତାହେଲେ କାଶ୍ମୀର ଯିବାକୁ ଆମକୁ ମନା କରାହେଉଛି କାହିଁକି? କାଶ୍ମୀରରେ ଯଦି ସବୁ ଠିକଠାକ ଚାଲିଛି, ତାହେଲେ ସେଠି ଏତେ ବାଧା ଓ ପ୍ରତିବନ୍ଧକ କାହିଁକି?

ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଏକ ଘରିକିଆ ହୋଇଯାଇଛି ଓ ଅନ୍ୟ ଦେଶର ଲୋକେ ପାକିସ୍ତାନକୁ ଥୁ ଥୁ କରୁଛନ୍ତି ବୋଲି ଏକ ଧାରଣା ଆମର ଟେଲିଭିଜନ ସାମ୍ବାଦିକମାନେ ସୃଷ୍ଟି କରୁଛନ୍ତି। ହେଲେ ଗତ ଦୁଇମାସ ଭିତରେ ସବୁ ଆନ୍ତର୍ଜାତିକ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠୁଛି। ଜାତିସଂଘ ସୁରକ୍ଷା ପରିଷଦରେ ଏହାର ଆଲୋଚନା ଲାଗି ଚୀନ ପ୍ରଥମେ ଚାପ ପକାଇଥିଲା। ସେପ୍ଟେମ୍ବର ତୃତୀୟ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ଭାରତକୁ ନିନ୍ଦିତ କରିବାକୁ ଚେଷ୍ଟା କରିଥିଲା ଓ ଏହାର ଦୃଢ ଜବାବ ଭାରତ ତରଫରୁ ରଖା ଯାଇଥିଲା। ତେବେ ତୁର୍କୀ ଓ ମାଲେସିଆ ଭଳି ଦୁଇଟି ରାଷ୍ଟ୍ର କାଶ୍ମୀରକୁ ନେଇ ଭାରତ ଉପରେ ଯେଉଁ ପ୍ରକାର ଆକ୍ରମଣ କଲେ, ତାହା ଆମକୁ ବିଚଳିତ କରିବା ଉଚିତ। ଆମେରିକା ସିନେଟରେ ପଚାଶରୁ ଅଧିକ ସାଂସଦ ଓ ବ୍ରିଟେନର ପୂରା ଶ୍ରମିକ ଦଳ କାଶ୍ମୀର ପ୍ରସଙ୍ଗରେ ଭାରତକୁ ବିରୋଧ କରୁଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କାଶ୍ମୀରକୁ ଭାରତ ଆକ୍ରମଣ କରିଛି ବୋଲି କହିବା, ଚିନ୍ତାର ବିଷୟ।

ଆମକୁ ଗଲା ଦୁଇମାସ ଭିତରେ ସବୁକିଛି ଠିକ ଅଛି ବୋଲି କହୁଥିବା ସରକାର ଆନ୍ତର୍ଜାତିକ ଗଣମାଧ୍ୟମ ଓ ତୁର୍କୀ-ମାଲେସିଆ ଭଳି ଦେଶକୁ ଏହା ବୁଝାଇ ପାରୁନାହିଁ କାହିଁକି? ଜାତୀୟ ରାଜନୀତିରେ କାଶ୍ମୀର ଏବେ ବିଜେପି ସରକାର ଲାଗି “ଗିନିଆ ପିଗ” ର ଭୂମିକା ନିର୍ବାହ କରୁଛି। ଉଗ୍ର ରାଷ୍ଟ୍ରବାଦର ପରୀକ୍ଷା ଲାଗି ୭୦ ଲକ୍ଷ ଲୋକଙ୍କ ଜୀବନକୁ ଆଜି ଦୁର୍ବିସହ କରି ରଖାଯାଇଛି। ଦୁଇ ମାସ ଭିତରେ କାଶ୍ମୀର ଆମର କେତେ ନିକଟତର ହୋଇଛି ଓ କାଶ୍ମୀରର ଲୋକେ କେତେ ଅଗ୍ରଗତି କରିଛନ୍ତି- ତାର ହିସାବ ଆଜି କେହି କରିବେ ନାହିଁ।

ତେବେ ଗୋଟେ କଥା ୟା ଭିତରେ ନିଶ୍ଚୟ ଘଟିଛି। ଅଗଷ୍ଟ ମାସରେ ଯେଉଁମାନେ କାଶ୍ମୀରରେ ଜାଗା କିଣିବେ ବୋଲି ବାହାରୁଥିଲେ, ଏବେ ସେମାନେ ଆଉ କାଶ୍ମୀର ର ମାଟି ମାଡିବାକୁ ଚାହୁଁ ନାହାନ୍ତି!

Categories
ବିଶେଷ ଖବର ମତାମତ

କାଶ୍ମୀରକୁ ନେଇ ପୁଣିଥରେ ସତ ଓ ମିଛର ଖେଳ- କାଶ୍ମୀର ଓ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମିଛ କହୁଛନ୍ତି କି ?

କେଦାର ମିଶ୍ର

ଏହା କୌଣସି ବୋମା ବିସ୍ଫୋରଣରୁ କମ ନଥିଲା। ଗତାରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଲେ ଯେ, କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କାଶ୍ମୀର ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥି ହେବାକୁ ଅନୁରୋଧ କରିଥିଲେ। ଟ୍ରମ୍ଫ ଏକଥା କହିବାର ଅର୍ଥ ହେଉଛି, ଗତ ୫୦ ବର୍ଷ ଧରି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳି ଯାଇଥିବାର ସନ୍ଦେହ ଉପୁଜିବା। ୧୯୭୨ ଶିମଳା ରାଜିନାମା ପରେ ଭାରତ ଓ ପାକିସ୍ତାନ ନିଜ ଭିତରେ ଦ୍ଵିପାକ୍ଷିକ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଖୋଜିବେ। ପୁନଶ୍ଚ କାଶ୍ମୀର ଭାରତର ନିଜସ୍ଵ ଆଭ୍ୟନ୍ତରୀଣ ବ୍ୟାପାର ଓ ଏଥିରେ ଦ୍ଵିତୀୟ ବା ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଭାରତ ବାରମ୍ବାର କହିଆସିଛି। ତେବେ ହଠାତ ଆମେରିକା ରାଷ୍ଟ୍ରପତି ଏ ପ୍ରସଙ୍ଗରେ ଏମିତି କହିବାର କାରଣ କଣ? ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ଟ୍ରମ୍ଫ ଭାରତର ଏକ ସଂବେଦନଶୀଳ ପ୍ରସଙ୍ଗକୁ ଏପ୍ରକାର ଅଣକୂଟନୈତିକ ଢଙ୍ଗରେ କହିବାର ମାନେ କଣ?

ଏବେ ଆସନ୍ତୁ, ଟ୍ରମ୍ଫ କଣ କହିଲେ ତାର ବିଚାର କରିବା। “ଦୁଇ ସପ୍ତାହ ତଳେ ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦେଖା ହୋଇଥିଲା। ସେ ମୋତେ କହିଥିଲେ, ମୁଁ ମଧ୍ୟସ୍ଥି ଭାବରେ ଏକ ସମସ୍ୟାର ସମାଧାନ କରିବାକୁ ଚାହିଁବି କି? ମୁଁ ପଚାରିଲି- କେଉଁଠି। ସେ କହିଲେ କାଶ୍ମୀର। ମୁଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଖୁସିରେ ରାଜିହେବି।“ କଥାଟି ବଡ ଜଟିଳ। ଭାରତର ବୈଦେଶିକ ବ୍ୟାପାର ବିଭାଗର ମୁଖପାତ୍ର ରବିଶ କୁମାର ଏକ ବିବୃତିରେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତିଙ୍କ ସହିତ କାଶ୍ମୀର ପ୍ରସଙ୍ଗରେ ଡି ସପ୍ତାହ ତଳେ ସେମିତି କିଛି ଆଲୋଚନା ହୋଇନାହିଁ ଓ ଏ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଶିମଳା ଚୁକ୍ତି ତଥା ଲାହୋର ଘୋଷଣାନାମା ଅନୁଯାୟୀ ଦ୍ଵିପାକ୍ଷିକ ଆଲୋଚନା ଆଧାରରେ ନିଜ ଭିତରର ସମସ୍ୟାର ସମାଧାନ କରିବେ। ତେବେ ସେଥିଲାଗି ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ପ୍ରଥମେ ସମାପ୍ତ କରିବାକୁ ପଡିବ।

ଭାରତର ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ ଭାବରେ କହୁଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ଫ ମିଛ କହୁଛନ୍ତି। ଆମେରିକା ରାଷ୍ଟ୍ରପତି ସତରେ ଯଦି ମିଛ କହୁଛନ୍ତି, ତେବେ ତାହା ଅତ୍ୟନ୍ତ ଭୟଙ୍କର କଥା। ଅବଶ୍ୟ ଟ୍ରମ୍ଫ ଦାୟିତ୍ଵହୀନ ମନ୍ତବ୍ୟ ଦେବାରେ ସବୁଠୁ ଆଗରେ ରହିଆସିଛନ୍ତି। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ଫ ମିଛ କହିଥାନ୍ତୁ ବା ସତ କହିଥାନ୍ତୁ, ଏଥିରେ ଆମଲାଗି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି। ବିନା କାରଣରେ କାଶ୍ମୀର କୁ ନେଇ ଆନ୍ତର୍ଜାତିକ କୂଟନୀତିରେ ତର୍କ ବଢିବାର ସୁଯୋଗ ସୃଷ୍ଟି ହୋଇଛି। ବାସ୍ତବରେ ପାକିସ୍ତାନ ତାହା ହିଁ ଚାହୁଁଥିଲା। ଏଠି ଆଉ ଏକ ଭିନ୍ନ ପ୍ରଶ୍ନ ମଧ୍ୟ ଉଠିପାରେ। ଯେହେତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ଫ ଏହା କହିଛନ୍ତି, ଏଥିରୁ କଣ ଆମେ ବୁଝିନେବା ଯେ ଇମ୍ରାନ ଖାଁ ଟ୍ରମ୍ଫଙ୍କୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ କୁହାଇ ପାରିଛନ୍ତି? ଆଜି ପର୍ୟନ୍ତ ଭାରତକୁ ଆମେରିକା ନିଜର ସ୍ଵାଭାବିକ ସହଯୋଗୀ ବୋଲି କହିଆସୁଥିଲା। ବିଭିନ୍ନ ସମୟରେ ଟ୍ରମ୍ଫ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଟୁ ଶବ୍ଦ ପ୍ରୟୋଗ ମଧ୍ୟ କରିଛନ୍ତି। ହଠାତ ତାଙ୍କର ମନୋଭାବ ପରିବର୍ତ୍ତିତ ହେବାର କାରଣ କଣ?

ସବୁଠୁ ବଡ କଥା ହେଉଛି ହ୍ଵାଇଟ ହାଉସରେ ଖୋଲାଖୋଲି କାଶ୍ମୀରକୁ ନେଇ ଇମ୍ରାନ ଖାଁ ଓ ଡୋନାଲ୍ଡ ଟ୍ରମ୍ଫ ଯେଉଁ ପ୍ରକାର କଥାବାର୍ତ୍ତା କଲେ ସେଥିରେ ଭାରତର କାଶ୍ମୀରକୁ ନେଇ ରହିଥିବା କୂଟନୈତିକ ସ୍ଥିତି ସଙ୍କଟରେ ପଡିଯାଇଛି। ଆମେ ଏବେ ଡୋନାଲ୍ଡ ଟ୍ରମ୍ଫଙ୍କୁ ମିଛୁଆ ବୋଲି କହିବାକୁ ବାଧ୍ୟ ଓ ଏହା ଅନେକାଂଶରେ ଭାରତ-ଆମେରିକା ସଂପର୍କକୁ ପ୍ରଭାବିତ କରିବ। ପରିସ୍ଥିତି ଏମିତି ହୋଇଛି ଯେ ଆଜି ଆମକୁ ପାକିସ୍ତାନକୁ ଛାଡି ଟ୍ରମ୍ପଙ୍କୁ ଗାଳି କରିବାକୁ ପଡୁଛି। ଏହା କାଶ୍ମୀରକୁ ନେଇ ଆମର କୂଟନୀତିକୁ ଏକ ଦୋଛକିରେ ଠିଆ କରେଇଦେଇଛି।

Categories
ବିଶେଷ ଖବର

ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ଲୋକେ ଜାଣନ୍ତି କି ତାଙ୍କ ନିଜ ଦଳରେ ଦେଶଦ୍ରୋହୀଙ୍କ ସଂଖ୍ୟା କେତେ?

କେଦାର ମିଶ୍ର

କଥା କଥାରେ ଏବେ ଦେଶଦ୍ରୋହର ପ୍ରମାଣପତ୍ର ବଣ୍ଟା ଯାଉଛି। ଯିଏ ବାଣ୍ଟୁଛି ତାର ଏକମାତ୍ର ଯୋଗ୍ୟତା ହେଲା, ସେ ଶାସକ ଦଳର ସଦସ୍ୟ। ଯେଉଁ ଶାସକଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି କାରଣରୁ ୨୦୧୪ ରୁ ୨୦୧୮ ଭିତରେ କେବଳ ଜାମ୍ମୁ ଓ କାଶ୍ମୀରରେ ୩୩୯ ଜଣ ଜବାନ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି, ସେମାନେ ଆଜି ଲଜ୍ଜିତ ହେବା ପରିବର୍ତ୍ତେ ଅନ୍ୟ ମାନଙ୍କୁ ସମାଲୋଚନା କରିବାର ବିକଳ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ତଥ୍ୟ କହୁଛି, କେବଳ ଜାମ୍ମୁ ଓ କାଶ୍ମୀରରେ ୨୦୧୪ରେ ୨୨୨,  ୨୦୧୫ ରେ ୨୦୮, ୨୦୧୬ ରେ ୩୨୨, ୨୦୧୭ ରେ ୩୪୨ ଓ ୨୦୧୮ ରେ ୬୧୪ ଟି ଆତଙ୍କବାଦୀ ଘଟନା ଘଟିଛି। ୨୦୧୭ ତୁଳନାରେ ୨୦୧୮ ରେ ଏପ୍ରକାର ଘଟନା ପ୍ରାୟ ଶହେ ଗୁଣ ବଢିଥିବା ବେଳେ ୨୦୧୯ ଆରମ୍ଭରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଜଣାପଡୁଛି। ଶାସକ ଦଳର ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟୁଥିବା ନେତାମାନେ କହିବେ କି, ଏଥି ପାଇଁ ଦାୟୀ କିଏ? ଜାମ୍ମୁ – କାଶ୍ମୀରର ଜନ ସାଧାରଣ ୨୦୧୪ ଲୋକସଭା ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିଲେ। ବିଜେପି ଓ ପିଡିପିର ସରକାର ସେଠି ଥିଲା। ଏବେ କେନ୍ଦ୍ରର ପ୍ରତିନିଧି ଭାବରେ ରାଜ୍ୟପାଳ ତାର ଶାସନ ଦାୟିତ୍ଵ ତୁଲାଉଛନ୍ତି। ସେଥିରେ ଯଦି କାଶ୍ମୀରର ନିଆଁ ଲିଭୁନାହିଁ, ସେଥିପାଇଁ ବିଜେପି ଛଡା ଅନ୍ୟମାନେ ଉତ୍ତରଦାୟୀ ହେବେ କାହିଁକି?

ଏବେ ବିଜେପି ନିଜର ବିଫଳତାକୁ ଘୋଡାଇବାକୁ ଦେଶପ୍ରେମର ବାହାନା ଖୋଜୁଛି। ଆଜି ଶାନ୍ତି ଓ ସଦ୍ଭାବନାର କଥା କହିବା ସବୁଠୁ ବଡ ଦେଶଦ୍ରୋହ ବୋଲି ବିବେଚନା କରାଯାଉଛି। ସନ୍ତ୍ରାସବାଦ ରୋକିବାରେ ବିଫଳ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀମାନେ ଏବେ ସରକାରକୁ ବିରୋଧ କରୁଥିବା ଭାରତୀୟଙ୍କ ଉପରେ ଦାଉ ସାଧୁଛନ୍ତି। ସେମାନଙ୍କ ଯୁକ୍ତି ଅନୁସାରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନାର ମାର୍ଗ ବଛାଯାଉ ବୋଲି ଯିଏ କହୁଛି, ସେ ଦେଶଦ୍ରୋହୀ। ପାକିସ୍ତାନକୁ ମାଟିରେ ମିଶାଇଦେବୁ ବୋଲି ଯେ କହି ପାରୁନି ସେ ଦେଶଦ୍ରୋହୀ। ଏପରିକି ପ୍ରଧାନମନ୍ତ୍ରୀଙ୍କୁ ଯେ ସମାଲୋଚନା କରୁଛି ସେ ମଧ୍ୟ ଦେଶଦ୍ରୋହୀ। ଏଠି ଆମର କିଛି ପ୍ରଶ୍ନ ରହିଛି। ଆଶା କରିବୁ ବିଜେପିର ନେତା ଓ କର୍ମୀ ମାନେ ଏହାର ଉତ୍ତର ରଖିବେ।

ପୁଲବାମାରେ ଆମର ଚାଳିଶ ଜଣ ଜବାନଙ୍କ ଅମୂଲ୍ୟ ଜୀବନ ନେଇଥିବା ଜୈଶ-ଏ-ମହମ୍ମଦ ର ମୁଖ୍ୟ ମୌଲାନା ମାସୁଦ ଆଝାରକୁ ୧୯୯୪ ରେ ଭାରତ ସରକାର ଗିରଫ କରିଥିଲେ। ୧୯୯୯ ରେ ଭାରତୀୟ ବିମାନ ଆଇସି ୮୧୪ କୁ ଅପହରଣ କରିନେଇ ମାସୁଦ ଆଝାରର ସହଯୋଗୀ ମାନେ ତାକୁ ମୁକ୍ତ କରିଥିଲେ। ଏଠି କହିରଖିବା ଉଚିତ ହେବ ଯେ ୧୯୯୯ରେ ଭାରତରେ ବିଜେପି ଶାସନ ଥିଲା ଓ ମାସୁଦ ଆଝାରକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଯଶୋବନ୍ତ ସିଂ ଓ ତତ୍କାଳୀନ ଆଇବି ର ମୁଖ୍ୟ  ଅଜିତ ଦୋଭାଲ କାନ୍ଦାହାରରେ ମୁକ୍ତି ଦେଇଥିଲେ। ଆଇସି ୮୧୪ ବିମାନଟି ଅମୃତସର ବିମାନବନ୍ଦରରେ ଓହ୍ଲାଇ ଥିଲେ ମଧ୍ୟ ତାକୁ ସେତେବେଳେ ଅଟକା ଯାଇପାରି ନଥିଲା। ସେଥିପାଇଁ ଦାୟୀ କିଏ? ଯେଉଁମାନେ ମାସୁଦ ଆଝାରକୁ ମୁକ୍ତି ଦେଇଥିଲେ ସେମାନେ ଦେଶପ୍ରେମୀ ନା ଦେଶଦ୍ରୋହୀ, ଏ ପ୍ରଶ୍ନ ପଚାରିବା ଠିକ ହେବ କି? ସେତେବେଳେ ଯିଏ ଆଇବି ର ନିର୍ଦ୍ଦେଶକ ଥିଲେ ଆଜି ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଛନ୍ତି। ତାଙ୍କ ପୁଅ ପାକିସ୍ତାନୀ ଅଂଶୀଦାରଙ୍କ ସହ ବ୍ୟବସାୟ କରୁଛନ୍ତି। ଦୋଭାଲ ସାହେବ ଏହାର କି ଉତ୍ତର ରଖିବେ?

ଏଠି ମନେ ପକାନ୍ତୁ, ମଇ ରୁ ଜୁଲାଇ ୧୯୯୯ ମସିହାକୁ। କାରଗିଲ ଯୁଦ୍ଧରେ ଏ ଦେଶର ୫୨୭ ଯୋଦ୍ଧା ସୈନିକ ଶହୀଦ ହେଲେ। ତାପରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପାକିସ୍ତାନ ସରକାରଙ୍କ ସହ ନିଜର ଆଲୋଚନା ଅବ୍ୟାହତ ରଖିଥିଲେ। ୨୦୦୧ ମସିହାରେ ଯେତେବେଳେ କାରଗିଲ ର ମୁଖ୍ୟ ଖଳନାୟକ ପରଭେଜ ମୁଶାରଫ ପାକିସ୍ତାନର ମୁଖ୍ୟ ହେଲେ ତାଙ୍କୁ ଡାକି ଆଗ୍ରା ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ସେହିପରି କାଶ୍ମୀର ଲାଗି ବାଜପାୟୀଙ୍କ ମନ୍ତ୍ର ଥିଲା- କାଶ୍ମୀରୀୟତ, ଇନସାନିୟତ ଓ ଜମ୍ହୁରିୟତ ଅର୍ଥାତ କାଶ୍ମୀର ର ଅସ୍ମିତା, ମାନବିକତା ଓ ଭାଇଚାରା। ଆଜି ସେଇ ସମାନ କଥା କହୁଥିବା ଲୋକେ ଦେଶଦ୍ରୋହୀ ହେଲେ କେମିତି?

ଆଜି ହଠାତ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟିୟର ନବଜୋତ ସିଂ ସିଦ୍ଧୁଙ୍କୁ ବିଜେପି ଓ ସଂଘ ପରିବାରର ଲୋକେ ସବୁଠୁ ବଡ ଦେଶଦ୍ରୋହୀ ବୋଲି ଗାଳି କରୁଛନ୍ତି। ସିଦ୍ଧୁ କଂଗ୍ରେସକୁ ଆସିଲେ କେବେ? ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ କଂଗ୍ରେସରେ ଯୋଗଦାନ କଲେ। ତା ପୂର୍ବରୁ ୨୦୦୪ ରୁ ୨୦୧୪ ଦଶବର୍ଷ ଧରି ସେ ଥିଲେ ବିଜେପିର ଅମୃତସର ଲୋକସଭା ସଦସ୍ୟ। ସିଦ୍ଧୁ ବିଜେପିରେ ଥିବା ବେଳେ ଦେଶପ୍ରେମୀ ଓ ବିଜେପି ଛାଡିଲା ପରେ ଦେଶଦ୍ରୋହୀ ହେଲେ କେମିତି? ବିଜେପି ବୋଧେ ନିଜକୁ ଦେଶପ୍ରେମର ଠିକାଦାର ବୋଲି ଭାବୁଛି। ନଚେତ ଅନ୍ୟ ସବୁ ଦଳର ନେତାଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏ ଦଳ ସାହସ କରନ୍ତା କେମିତି?

ସବୁଠୁ ମଜାର କଥା ହେଲା ଓଡିଶା ବିଜେପିର ଜଣେ ପ୍ରବକ୍ତା ଏବେ ପ୍ରତିଦିନ ଦେଶଦ୍ରୋହୀ ପ୍ରମାଣପତ୍ର ବାଣ୍ଟି ଚାଲିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶଦ୍ରୋହୀ ବୋଲି କହିବାକୁ ଏମାନଙ୍କୁ ଲଜ୍ଜା ବି ଲାଗୁନାହିଁ। ସେହିପରି ଜଣେ ବିଧାୟକ କାହାକୁ ଗୋଟେ ଠେଲିଦେଲେ ବୋଲି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଛି। ଦେଶପ୍ରେମର ଏ ଉଦ୍ଭଟ ନାଟକ ଦେଖି ମନେ ହେଉଛି, ସତେକି ଏ ଦେଶରେ ଦେଶପ୍ରେମ କେବଳ ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମ୍ପତ୍ତି,ଏବଂ ସବୁଠୁ ବିଡମ୍ବନାର କଥା ହେଉଛି ଏ ଦେଶର ସ୍ଵାଧୀନତା ଆନ୍ଦୋଳନକୁ ଏହି ଦଳର ପିତୃ ସଂଗଠନ ବିରୋଧ କରୁଥିଲା।

ମାସୁଦ ଆଝାରକୁ ମୁକ୍ତ କରିଥିବା ଓ କାରଗିଲ ଯୁଦ୍ଧର ମୁଖ୍ୟ ଖଳ ନାୟକଙ୍କୁ ଆଗ୍ରାରେ ବେଶ ଭଲ ଆପ୍ୟାୟିତ କରିଥିବା ଗୋଟେ ଦଳ ଅନ୍ୟ ମାନଙ୍କୁ ଦେଶଦ୍ରୋହୀର ପ୍ରମାଣପତ୍ର ବାଣ୍ଟିବା ପୂର୍ବରୁ, ନିଜ ମୁହଁକୁ ଦର୍ପଣରେ ନିହାତି ଦେଖିବା ଉଚିତ ନୁହେଁ କି?

Categories
ବିଶେଷ ଖବର

ପୁଲବାମା ଆତଙ୍କବାଦୀ ଆକ୍ରମଣ, ରକ୍ତର ଏ ଜଘନ୍ୟ ଖେଳ ବନ୍ଦ ହେବ କେବେ?

ସମୀକ୍ଷା ବ୍ୟୁରୋ

ଗୋଟେ ବୋଲେରୋ ଗାଡିରେ ୩୫୦ କିଲୋଗ୍ରାମ ଆରଡିଏକ୍ସ ପୂରେଇ ଆତଙ୍କବାଦୀ ଆଦିଲ ଅହମଦ ଦର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ୭୮ଟି ଗାଡିରେ ଆସୁଥିବା କେନ୍ଦ୍ରୀୟ ସ୍ଵତନ୍ତ୍ର ପୋଲିସ ବଳ ବା ସିଆରପିଏଫ ର ୨୫୦୦ ଜବାନଙ୍କ ଉପରେ ଆତ୍ମଘାତି ଆକ୍ରମଣ କରି ୪୦ରୁ ଅଧିକ ଜବାନଙ୍କୁ ହତ୍ୟା କରିଛି। ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ୪୦ ରୁ ଅଧିକ ଜବାନ ଆହତ ହୋଇଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ଏହା ଆମର ଜବାନଙ୍କ ଉପରେ ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ। ପଠାଣକୋଟ ଓ ଉରି ଆକ୍ରମଣ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଜୈସ-ଏ-ଅହମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହିତ ଏହି ଆତ୍ମଘାତି ଆକ୍ରମଣର ମୁଖ୍ୟ ଅପରାଧୀ ଆଦିଲ ଅହମଦ ଦରର ଭିଡିଓ ଜାରି କରିଛି। ଜାତୀୟ ରାଜପଥରେ ଏତେ ବଡ ଆକ୍ରମଣ ଘଟଣାକୁ ଭାରତ ସହଜ ଭାବରେ ଗ୍ରହଣ କରିବା ଆଦୌ ଉଚିତ ନୁହେଁ। ହେଲେ ଏ ପ୍ରକାର ଆକ୍ରମଣ ସମ୍ଭବ ହେଲା କେମିତି? ୩୫୦ କିଲୋଗ୍ରାମର ଭୟଙ୍କର ବିସ୍ଫୋରକ ନେଇ ଜଣେ ଆତଙ୍କବାଦୀ ରାଜରାସ୍ତାରେ ଏତେ ବଡ ହମଲା କରିବାର ସୁଯୋଗ ପାଇଲା କେମିତି? ପୁଲବାମା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଓ ଜବାନ ମାନେ ସେ ରାସ୍ତାରେ ଯିବା ପୂର୍ବରୁ ରାସ୍ତାକୁ “ସାନିଟାଇଜ” କରାଯାଇଥିଲା ବୋଲି କୁହାଯାଉଛି। ତା ସତ୍ତ୍ୱେ ବି ଏତେ ବଡ ଦୁର୍ଘଟଣା ଘଟିଲା କେମିତି?

ସବୁଠୁ ବିଡମ୍ବନା ର କଥା ହେଉଛି, ଏଇ ମାତ୍ର ଅଳ୍ପ ଦିନ ତଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରାମନ କହିଥିଲେ ଯେ, ତାଙ୍କ ସରକାର ଅମଳରେ ବଡ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ। ସେ ବୋଧେ ପଠାଣକୋଟ ଓ ଉରି ଆକ୍ରମଣ କଥା ଭୁଲି ଯାଇଥିଲେ। ଗତ କିଛି ବର୍ଷ ଭିତରେ କାଶ୍ମୀର ସମସ୍ୟା ଉତ୍କଟରୁ ଉତ୍କଟତର ହୋଇ ଚାଲିଛି। ସର୍ଜିକାଲ ଷ୍ଟ୍ରାଇକ ଓ ବିମୂଦ୍ରାକରଣ ମାଧ୍ୟମରେ କାଶ୍ମିରୀ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି ଯେଉଁ ଦାବୀ କରାଯାଉଥିଲା, ତାହା ଆଜି ଭୁଲ ପ୍ରମାଣିତ ହୋଇଛି। କାଶ୍ମୀର ଓ ପାକିସ୍ତାନ ସୀମାନ୍ତରେ ଆମର ଜବାନମାନେ ନିରନ୍ତର ସହିଦ ହେଉଛନ୍ତି। ଆମର ସହିଦମାନଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ। ଦେଶ ସେମାନଙ୍କର ବଳିଦାନକୁ ସମ୍ମାନ ଦେଉଛି। ହେଲେ ଆମ ସହିଦଙ୍କ ରକ୍ତର ଖେଳ ଏମିତି କେତେ ଦିନ ଚାଲିଥିବ। ଏ ସମସ୍ୟାର ସ୍ଥାୟୀ ସମାଧାନ କଣ?

ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଯେତେବେଳେ ବି କିଛି ଗୋଟେ ବଡ ଆତଙ୍କବାଦୀ ଆକ୍ରମଣ ହେଉଛି ତାକୁ ନେଇ ଆମର ଟେଲିଭିଜନ ଚାନେଲ ଗୁଡିକ ଅଧିକରୁ ଅଧିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଏହାକୁ ନେଇ ରାଜନୈତିକ ଫାଇଦା ଉଠାଇବାର ପ୍ରତିଯୋଗିତା ଆରମ୍ଭ ହୋଇଯାଏ। ସହିଦଙ୍କୁ ସଲାମ କରିବା ବାହାନାରେ  ଭୋଟ ମାଗିବାର ଅଶ୍ଳୀଳ ରାଜନୀତି ଚାଲେ। ତେବେ ଅସଲ ସତ୍ୟ ହେଉଛି, ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଆମକୁ ଏକ ସର୍ବସମ୍ମତ ନୀତି ଗ୍ରହଣ କରିବାକୁ ପଡିବ।

ଉଗ୍ର ରାଷ୍ଟ୍ରବାଦ ନାମରେ ବାସ୍ତବ ସ୍ଥିତିକୁ ଅଣଦେଖା କରିବାର ପରିଣାମ ଆମେ ଭୋଗି ଚାଲିଛୁ। କାଶ୍ମୀର ଉପତ୍ୟକାରେ ଚିରସ୍ଥାୟୀ ଶାନ୍ତି ଫେରେଇ ଆଣିବାର ଦାୟିତ୍ଵ ପ୍ରତ୍ୟେକ ଭାରତୀୟଙ୍କର। ସୀମାପାର ଆତଙ୍କବାଦର ମୁକାବିଲା ଲାଗି ଆମକୁ କାଶ୍ମୀରର ଜଣ ସାଧାରଣଙ୍କର ସାହାଜ୍ୟ ଦରକାର। କାଶ୍ମୀର ଓ କାଶ୍ମୀରବାସୀ ଆମ ଦେଶର ଅବିଚ୍ଚ୍ହେଦ୍ୟ ଅଙ୍ଗ। ତେଣୁ ସେମାନଙ୍କ ସହିତ ଏକ ରାଜନୈତିକ କଥାବାର୍ତ୍ତା ଆଜି ପାଇଁ ସବୁଠୁ ବଡ ଆବଶ୍ୟକତା। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ  କଡା ଜବାବ ଆମକୁ ଦେବାକୁ ପଡିବ ଓ ସେ ଜବାବ କାଶ୍ମୀରର ଜନତା ହିଁ ଦେବେ।

ତେବେ ପୁଲବାମା ଘଟନା ପୂର୍ବରୁ କାଶ୍ମୀର ପୋଲିସ ତରଫରୁ ଏ ପ୍ରକାର ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ତଥ୍ୟ ମିଳିଥିଲା। ତା ସତ୍ତ୍ୱେ ବି କେଉଁଠି ଆମର ଭୁଲ ରହିଲା ତାର ତର୍ଜମା ହେବା ନିହାତି ଆବଶ୍ୟକ। ଏ ପ୍ରକାର ସ୍ଥିତିରେ ସାରା ଦେଶକୁ ଏକ ହୋଇ ଆତଙ୍କବାଦର ମୁକାବିଲା କରିବାର ଅଛି।