ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ ସିବିଆଇର ଚଢାଉ

Published: Dec 30, 2019, 12:55 pm IST

ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ସମୟରେ ଦାୟିତ୍ବରେ ରହିଥିବା ସମସ୍ତ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । କୁପଓ୍ବାରା, ବାରମୁଲ୍ଲା, କ୍ଷୀତଓ୍ବାର, ରଜୌରୀ ଏବଂ ଡୋଡାର ଜିଲ୍ଳାପାଳଙ୍କ ଘର ଉପରେ ଚଢାଉ ମଧ୍ୟ କରାଯାଇଛି । ସିବିଆଇର 13ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ନେଇ ସିବିଆଇ ମୁଖପାତ୍ର ନୀତିନ ଓ୍ବାକାଙ୍କର ସୂଚନା ଦେଇଛନ୍ତି । (ଏଜେନ୍ସୀ)

Related posts