Categories
ଆଜିର ଖବର ଜାତୀୟ ଖବର

ଏକ ମାସ ପାଇଁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ!

ନୂଆଦିଲ୍ଲୀ : ଏକ ମାସ ପାଇଁ ଭଡାଟିଆଙ୍କୁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ । ନୋଇଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକଙ୍କ ଆୟର କୌଣସି ପନ୍ଥା ନଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାପାଳ ବି ଏନ୍‌ ସିଂଙ୍କ ପକ୍ଷରୁ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଇଡାର ଗୌତମ ବୁଦ୍ଧ ନଗର ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନ 2015 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଘରଭଡା ପାଇଁ ବିଭିନ୍ନ ସ୍ଥାନରୁ ଭଡାଟିଆଙ୍କୁ ଖାଲି କରାଯିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଘରମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନୋଇଡା ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ନୋଇଡା ସ୍ଥିତ ଏହି ଇଏସ୍‌ଆଇ ହସ୍ପିଟାଲରେ ଗୁରୁବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସେକ୍ଟର 24ରେ ରହିଥିବା ଇଏସ୍‌ଆଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗର ତିନି ଗାଡି ଅଗ୍ନି ନିର୍ବାପନରେ ବ୍ୟସ୍ତ ଅଛନ୍ତି । ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରୋଗୀ ମାନଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଉଛି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ ସିବିଆଇର ଚଢାଉ

ନୂଆଦିଲ୍ଲୀ,30/12 : ଜମ୍ମୁ କାଶ୍ମୀର ଏବଂ ଦିଲ୍ଲୀର 13ଟି ସ୍ଥାନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢାଉ କରାଯାଇଛି । ଅବୈଧ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିବା ମାମଲାରେ ଏହି ଚଢାଉ କରାଯାଇଛି । ଶ୍ରୀନଗର, ଜମ୍ମୁ, କାଶ୍ମୀର, ଗୁରୁଗାଓଁ ଏବଂ ନୋଇଡାରେ ଏହି ଚଢାଉ ଏକ କାଳୀନ କରାଯାଇଛି । ସୋମବାର ବିଭିନ୍ନ ସ୍ଥାନରେ କରାଯାଇଥିବା ଚଢାଉରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଘରକୁ ମଧ୍ୟ ସାମିଲ କରାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରରେ 2 ଲକ୍ଷ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ସମୟରେ ଦାୟିତ୍ବରେ ରହିଥିବା ସମସ୍ତ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । କୁପଓ୍ବାରା, ବାରମୁଲ୍ଲା, କ୍ଷୀତଓ୍ବାର, ରଜୌରୀ ଏବଂ ଡୋଡାର ଜିଲ୍ଳାପାଳଙ୍କ ଘର ଉପରେ ଚଢାଉ ମଧ୍ୟ କରାଯାଇଛି । ସିବିଆଇର 13ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ନେଇ ସିବିଆଇ ମୁଖପାତ୍ର ନୀତିନ ଓ୍ବାକାଙ୍କର ସୂଚନା ଦେଇଛନ୍ତି । (ଏଜେନ୍ସୀ)