କାଶ୍ମୀରରେ ଗ୍ରେନେଡ ମାଡ : 2 ସାଧାରଣ ନାଗରିକ ଆହତ

Published: Jan 9, 2020, 2:57 pm IST

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । ଏକ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗା ଯାଇଥିଲେ ମଧ୍ୟ ଏହା ଘର ଉପରେ ନପଡି ରାସ୍ତାରେ ପଡିବାରୁ ବିଶେଷ କ୍ଷତି ଘଟିନଥିଲା । ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ୍‌ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । (ଏଜେନ୍ସୀ)

Related posts