Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଗ୍ରେନେଡ ମାଡ : 2 ସାଧାରଣ ନାଗରିକ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି । ବୁଧବାର ରାତିରେ ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ଶ୍ରୀନଗରର ଜାକୁରିଆରେ ଏହି ଘଟଣା ଘଟିଥିଲା । ଏକ ଘର ଉପରକୁ ଗ୍ରେନେଡ୍‌ ଫିଙ୍ଗା ଯାଇଥିଲେ ମଧ୍ୟ ଏହା ଘର ଉପରେ ନପଡି ରାସ୍ତାରେ ପଡିବାରୁ ବିଶେଷ କ୍ଷତି ଘଟିନଥିଲା । ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ୍‌ ଏବଂ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । (ଏଜେନ୍ସୀ)

Categories
ଆଜିର ଖବର

ନ୍ୟାସନାଲ୍ କନଫରେନ୍ସ ନେତାଙ୍କ ଘର ଉପରକୁ ଆକ୍ରମଣ

ନ୍ୟାସ୍‌ନାଲ୍‌ କନଫରେନ୍ସ ଦଳର ନେତାଙ୍କ ଘର ଉପରକୁ ଆତଙ୍କୀ ମାନେ ଆକ୍ରମଣ କରିଛନ୍ତି। ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଏହି ଘଟଣା ଘଟିଛି। ପୁଲଓ୍ବାମାର ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ଏନ୍‌ସିର ପ୍ରାର୍ଥୀ ଅଶ୍ରଫ୍‌ ଭଟ୍ଟଙ୍କ ଘର ଉପରକୁ ଏହି ଆକ୍ରମଣ ହୋଇଥିଲା। ଏକ ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚରରୁ ଭଟ୍ଟଙ୍କ ଘର ଉପରକୁ ଏକ ଗ୍ରେନେଡ୍‌ ଫିଙ୍ଗାଯାଇଥିଲା। ଏହି ଆକ୍ରମଣ ସମୟରେ ଭଟ୍ଟଙ୍କ ଘରେ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଏନ୍‌ସିର ଅନ୍ୟତମ ପ୍ରାର୍ଥୀ ତଥା  ଅବସରପ୍ରାପ୍ତ ବିଚାରପତି ହସନୈନ୍‌ ମସୁଦ୍ଦି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ମସୁଦ୍ଦି ଅନନ୍ତନାଗ ଆସନରୁ ଏନ୍‌ସିର ପ୍ରାର୍ଥୀ ରହିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।