ବିବାହ ପାଇଁ ମନା କରିବା, ଯୁବତୀଙ୍କୁ ପଡ଼ିଲା ମହଙ୍ଗା

Published: Jan 28, 2020, 2:23 pm IST

ଗ୍ରେଟର ନୋଏଡା : ବିବାହ ପାଇଁ ମନା କରିବା ଯୁବତୀଙ୍କୁ ବେଶ୍‌ ମହଙ୍ଗା ପଡିଛି । ଜଣେ 18 ବର୍ଷୀୟା ଯୁବତୀ ନିଜଠାରୁ ଦୁଇଗୁଣ ବୟସରେ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ତାଙ୍କ ଘରଲୋକେ ହାତ ଗୋଡ଼ ବାନ୍ଧି ମାରପିଟ୍‌ କରିଛନ୍ତି । ଯୁବତୀ ଜଣକ 40 ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମନା କରିବା କାରଣରୁ ତାଙ୍କୁ ଏସବୁ ଭୋଗିବାକୁ ପଡିଛି । ଏହିପରି ଏକ ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ନୋଏଡାଠାରେ ଘଟିଛି । ଗ୍ରେଟର୍‌ ନୋଏଡାର ଥାନା ବିଶରଖ୍‌ କ୍ଷେତ୍ରର ଏକ ଭାଇରାଲ୍‌ ଭିଡିଓରୁ ଏହା ଜଣାପଡିଥିଲା । ଯେଉଁଥିରେ ଜଣେ 18 ବର୍ଷୀୟା ଯୁବତୀଙ୍କୁ 40 ବର୍ଷୀୟା ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ବାଧ୍ୟ କରାଯାଉଥିବାବେଳେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କ ହାତ ଗୋଡକୁ ବାନ୍ଧି ମାଡ ମରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାର ଯାଞ୍ଚ କରୁଛନ୍ତି । (ଏଜେନ୍ସି)

Related posts