ଜେଲ୍‌ରେ ଯୌନ ନିର୍ଯାତନା ନେଇ ମୁକେଶର ଅଭିଯୋଗ

Published: Jan 28, 2020, 3:20 pm IST

ନୂଆଦିଲ୍ଲୀ : ତିହାର ଜେଲ୍‌ରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂ ଅଭିଯୋଗ କରିଛି । 2012 ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । 2013ରୁ ତିହାର ଜେଲରେ ବନ୍ଦୀ ରହିଥିବା ମୁକେଶ ସହିତ ନିୟମିତ ଭାବରେ ଏପରି କରାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯିବା ସହିତ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।

Related posts