ନାଗପୁରରେ ପୁଣି ଏକ ନିର୍ଭୟା : 19 ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ପରେ ବର୍ବର କାଣ୍ଡ

Published: Jan 28, 2020, 3:59 pm IST

ନାଗପୁର :  ଜଣେ ନିର୍ଭୟା ଏବେବି ନ୍ୟାୟ ପାଇଁ ଅପେକ୍ଷାରତ ରହିଥିବାବେଳେ ଦେଶରେ ପୁଣି ଆଉ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । ଦେଶରେ ଦୁଷ୍କର୍ମ ଭଳି ଅପରାଧମାନ କମିବାରେ ନାଁ ଧରୁନାହିଁ । ନିକଟରେ ନାଗପୁରଠାରେ ପୁଣି ଥରେ ଏକ ନିର୍ଭୟା କାଣ୍ଡ ଦେଖିବାକୁ ମିଳିଛି । କାରଖାନାରେ କାମ କରୁଥିବା ଜଣେ 19 ବର୍ଷୀୟା ଯୁବତୀଙ୍କୁ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବା ପରେ ଘଟାଇଛନ୍ତି ବର୍ବର କାଣ୍ଡ । କପଡା କାରଖାନାରେ କାମ କରୁଥିବା 19 ବର୍ଷୀୟା ଯୁବତୀଙ୍କୁ ସେହି କାରଖାନାର 52 ବର୍ଷୀୟ ସୁପରଭାଇଜର୍‌ର ଦୁଷ୍କର୍ମ କରିବା ସହିତ ଯୁବତୀଙ୍କ ଗୁପ୍ତସ୍ଥାନରେ ଲୁହା ରଡ୍‌ରେ ବର୍ବରକାଣ୍ଡ ଘଟାଇଛନ୍ତି । ଏହି ଘଟଣାଟି ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେପକାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ନାଗପୁରର ପାରଦୀ ଇଲାକାରେ ଗତ 21 ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଣକ ଫରୋର ରହିଥିବାବେଳେ ପୋଲିସ୍‌ ତଲାସ ଜାରି କରି ତାକୁ ଗିରଫ କରିଛି। ମହିଳା ଜଣକ କପଡା କାରଖାନାରେ ଶ୍ରମିକ ଭାବରେ କାମ କରୁଥିବାବେଳେ ଅଭିଯୁକ୍ତ ଜଣକ ସୁପରଭାଇଜର୍ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀର ନିର୍ଭୟା କାଣ୍ଡ 2012 ମସିହା ଡିସେମ୍ବର 16 ତାରିଖରେ ଘଟିଥିଲା । ଏକ ଚଳନ୍ତା ବସ୍‌ରେ ଦିଲ୍ଲୀର ଯୁବତୀଙ୍କୁ 6ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ତାଙ୍କ ସହ ବର୍ବରକାଣ୍ଡ ଘଟାଇଥିଲେ । ଏବେ ଏହି ଘଟଣାର 4 ଅଭିଯୁ୍କ୍ତଙ୍କୁ ଫାଶୀ ହେବା ନେଇ ପ୍ରସ୍ତୁତି ଚାଲିଛି । (ଏଜେନ୍ସି)

Related posts