ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କଲେ କମଲ୍ ହାସନ୍‌

Published: Feb 18, 2019, 12:48 pm IST

ଗତକାଲି ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ କମଲ୍‌ ହାସନ୍‌ ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ଙ୍କ ସହିତ ରଜନୀକାନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତକାଲି ରଜନୀକାନ୍ତ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ  । ଏହି କଥାକୁ ନେଇ ରଜନୀକାନ୍ତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କମଲ୍‌ ହାସନ୍‌। ରଜନୀକାନ୍ତଙ୍କ ଉଦ୍ଦେଶ୍ୟରେ କମଲ୍‌ କହିଛନ୍ତି,“ଦେହରେ ତେଲ ଲଗାଇବା ପରେ ଓ ଜଙ୍ଘରେ ହାତ ଥାପୁଡ଼ାଇବା ପରେ ଜଣେ ମଲ୍ଲଯୋଦ୍ଧା ଆସନ୍ତାକାଲି ଲଢ଼ିବି ବୋଲି କହି ରିଙ୍ଗ୍‌ରୁ ଫେରିଯିବା ଉଚିତ୍ ନୁହେଁ। ଯଦି ସେ ଏଭଳି କରନ୍ତି, ତା’ହେଲେ ଲୋକେ ତାଙ୍କୁ ଦେଖି ହସିବେ।” ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ଭଳି କମଲ୍‌ ହାସନ୍‌ ମଧ୍ୟ ମକ୍କଲ ନିଧି ମଇମା (ଏମ୍‌ଏନ୍‌ଏମ୍‌) ନାମରେ ଏକ ରାଜନୈତିକ ଦଳ ଗଠନ କରିଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ କମଲ୍‌ ହାସନ୍‌ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ ।

Related posts