ସିଏଏ ବିରୋଧରେ ବିଭିନ୍ନ ନାଗରିକ ସଂଗଠନ ତରଫରୁ ଭୁବନେଶ୍ବରରେ ବିଶାଳ ପ୍ରତିବାଦ ରାଲି

Published: Jan 30, 2020, 2:00 pm IST

ସିଏଏ ଓ ପ୍ରସ୍ତାବିତ ଏନଆରସିକୁ ବିରୋଧ କରି ଆଜି ଦିନ ୧୦ଟାରେ ଭୁବନେଶ୍ବର ଶହୀଦ ନଗର ପୂଜା ମଣ୍ଡପରୁ ଏକ ବିଶାଳ ରାଲି ବାହାରିଥିଲା। ହଜାର ହଜାର ଲୋକ ଏହି ରାଲିରେ ତ୍ରିରଙ୍ଗା ପତାକା ସହିତ ଯୋଗଦାନ କରିଥିଲେ। ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଲି ପହଞ୍ଚିଲା ପରେ କଂଗ୍ରେସ, ସିପିଆଇ, ସିପିଆଇଏମ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ସିପିଆଇ-ଏମଏଲ ଇତ୍ୟାଦି ରାଜନୈତିକ ଦଳର ପ୍ରତିନିଧି ତଥା ଅନ୍ୟାନ୍ୟ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ଏହି ରାଲିକୁ ସମ୍ବୋଧିତ କରିଥିଲେ। (ସମୀକ୍ଷା ବ୍ୟୁରୋ)

Related posts