ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ‘ଟୋଟାଲ୍‌ ଧମାଲ୍‌’

Published: Feb 18, 2019, 2:18 pm IST

ଫୁଲ୍‌ୱାମା ଆତଙ୍କୀ ଆକ୍ରମଣ ଘଟଣା ପରେ ପୂରା ଦେଶ ସରକାରଙ୍କୁ  ୪୦ ଯବାନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ମାଗୁଛି । ଏହି ସମୟରେ ଆମ ବଲିଉଡ୍‌ ମଧ୍ୟ ଯବାନଙ୍କ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଫେବୃଆରୀ ୨୪ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଟୋଟାଲ୍‌ ଧମାଲ୍‌’ର ପାକିସ୍ତାନ ରିଲିଜ୍‌ ହେବ  ନାହିଁ ବୋଲି ସୋସିଆଲ୍‌ ମିଡ଼ିଆରେ ଏ ସମ୍ପର୍କିତ ଏକ ଘୋଷଣା ଜାରି କରିଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ, ଅନିଲ୍‌ କପୁର୍‌, ଅର୍ଶଦ ୱାର୍ସି ଓ ରିତେଶ ଦେଶମୁଖ, ସଂଜୟ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । ଧମାଲ୍‌ ସିରିଜ୍‌ର ଏହି ତୃତୀୟ ସଂସ୍କରଣଟିରେ ଈଶା ଗୁପ୍ତା ଓ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ମାତା ଓ ପୂରା ଟିମ୍ ମେମ୍ବର ଶହୀଦ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ୧୪ ଫେବୃଆରୀ ଦିନ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଏ – ମୋହମ୍ମଦ ଦ୍ଵାରା ଏହି ଆକ୍ରମଣ କରାଯାଇଥିଲା ।

Related posts