ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ବାହାରେ ଗୁଳି କରି ଦେଶରେ ହଇଚଇ ସୃଷ୍ଟି କରିଥିବା ନାବାଳାକ ଆକ୍ରମଣକାରୀ ଜଣକ ଏପରି କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି। ପୋଲିସ୍ ପଚରାଉଚୁରା କରିବା ସମୟରେ ସେ ଏହା ସମ୍ପର୍କରେ କହିଛନ୍ତି। ଏହା ସହିତ ଆକ୍ରମଣକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଚାହିଁବେ ମୋର ଏନକାଉଣ୍ଟର କରିପାରିବ । ମିଳିଥିବା ପୋଲିସ୍ ସୂଚନା ଅନୁସାରେ ଗୁରୁବାର ଦ୍ବିପ୍ରହର 12 ଟା ସମୟରେ ଦିଲ୍ଲୀ ପହଞ୍ଚିଲା ଅଭିଯୁକ୍ତ ଜଣକ। ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ସେ ବନ୍ଧୁକ ଆଣିଥିଲା। ତେବେ ଏହି ଆକ୍ରମଣକାରୀ ଯୁବକ ଜଣକ କେଉଁ ସଙ୍ଗଠନ ସହିତ ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ, ସେସମ୍ପର୍କରେ ଜଣାପଡିନାହି। ତେବେ ପଚରାଉଚୁରା ସମୟରେ ସେ ଏପରି କାଣ୍ଡ ଚନ୍ଦନ ଗୁପ୍ତାଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କରିଛି ବୋଲି କହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଚନ୍ଦନ ଗୁପ୍ତା ସହିତ ଆକ୍ରମଣକାରୀଙ୍କର କୌଣସି ପ୍ରକାରର ସମ୍ପର୍କ ନାହିଁ। ଦିଲ୍ଲୀ ଜାମିଆରେ ଗୁଳି ମାଡ କରିଥିବା ନାବାଳକ ନାମରେ ଧାରା ୩୦୭ ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିବାବେଳେ ଏହି ମାମଲାକୁ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବାବେଳେ ଏହି ଘଟଣା ପଛରେ ଅନ୍ୟ କାହାର ହାତ ରହିଥିବାର ସନ୍ଦେହ କରିଛି। ସୂଚନାଯାେଗ୍ୟ, ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ ଆକ୍ରମଣକାରୀ ଯୁବକ ଜଣକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି।
ଜାମିଆ ଗୁଳିକାଣ୍ଡ: ନିଜ କାର୍ଯ୍ୟପାଇଁ ଅନୁତପ୍ତ ନୁହଁନ୍ତି ଅଭିଯୁକ୍ତ
Published:
Jan 31, 2020, 12:21 pm IST
Tags: jamiagunshot