Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମିଆ ଗୁଳିକାଣ୍ଡ: ନିଜ କାର୍ଯ୍ୟପାଇଁ ଅନୁତପ୍ତ ନୁହଁନ୍ତି ଅଭିଯୁକ୍ତ
ଆଜିର ଖବର

ଜାମିଆ ଗୁଳିକାଣ୍ଡ: ନିଜ କାର୍ଯ୍ୟପାଇଁ ଅନୁତପ୍ତ ନୁହଁନ୍ତି ଅଭିଯୁକ୍ତ

January 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟ ବାହାରେ ଗୁଳି କରି ଦେଶରେ ହଇଚଇ ସୃଷ୍ଟି କରିଥିବା ନାବାଳାକ ଆକ୍ରମଣକାରୀ ଜଣକ ଏପରି କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି କହିଛନ୍ତି। ପୋଲିସ୍‌ ପଚରାଉଚୁରା  କରିବା ସମୟରେ ସେ ଏହା ସମ୍ପର୍କରେ କହିଛନ୍ତି। ଏହା ସହିତ ଆକ୍ରମଣକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆପଣ ଚାହିଁବେ ମୋର ଏନକାଉଣ୍ଟର କରିପାରିବ । ମିଳିଥିବା ପୋଲିସ୍‌ ସୂଚନା ଅନୁସାରେ ଗୁରୁବାର ଦ୍ବିପ୍ରହର 12 ଟା ସମୟରେ ଦିଲ୍ଲୀ ପହଞ୍ଚିଲା ଅଭିଯୁକ୍ତ ଜଣକ। ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ସେ ବନ୍ଧୁକ ଆଣିଥିଲା। ତେବେ ଏହି ଆକ୍ରମଣକାରୀ ଯୁବକ ଜଣକ କେଉଁ ସଙ୍ଗଠନ ସହିତ ସଂଶ୍ଲିଷ୍ଟ ଅଛନ୍ତି କି ନାହିଁ, ସେସମ୍ପର୍କରେ ଜଣାପଡିନାହି। ତେବେ ପଚରାଉଚୁରା ସମୟରେ ସେ ଏପରି କାଣ୍ଡ ଚନ୍ଦନ ଗୁପ୍ତାଙ୍କ ହତ୍ୟାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କରିଛି ବୋଲି କହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଚନ୍ଦନ ଗୁପ୍ତା ସହିତ ଆକ୍ରମଣକାରୀଙ୍କର କୌଣସି ପ୍ରକାରର ସମ୍ପର୍କ ନାହିଁ। ଦିଲ୍ଲୀ ଜାମିଆରେ ଗୁଳି ମାଡ କରିଥିବା ନାବାଳକ ନାମରେ ଧାରା ୩୦୭ ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିବାବେଳେ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଥିବାବେଳେ ଏହି ଘଟଣା ପଛରେ ଅନ୍ୟ କାହାର ହାତ ରହିଥିବାର ସନ୍ଦେହ କରିଛି। ସୂଚନାଯାେଗ୍ୟ, ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ ଆକ୍ରମଣକାରୀ ଯୁବକ ଜଣକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି।

jamiagunshot
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026
Latest News

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.