ଲୋକଙ୍କ ଅଭିଯୋଗ ପରେ ବେଆଇନ୍‌ ମଦ ଦୋକାନ ସିଲ୍‌

Published: Jan 31, 2020, 5:39 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ପାଟକୁରାର ସାନ ଅଢଙ୍ଗରେ ରହିଥିବା ଏକ ବେଆଇନ୍‌ ମଦ ଦୋକାନକୁ ସିଲ୍‌ କରାଯାଇଛି । ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଆଇପିଏସ୍‌ ଅଫିସର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍‌ କୁଟ୍ଟୀଙ୍କ ଦ୍ବାରା ମଦ ଦୋକାନକୁ ସିଲ୍‌ କରାଯାଇଥିଲା । ସ୍କୁଲ ନିକଟରେ ବେଆଇନ ଭାବରେ ଏହି ମଦ ଦୋକାନ ଖେଲାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା ।

Related posts