ଆସନ୍ତାକାଲିଠାରୁ ଆରମ୍ଭ ହେବ ସୋଆ ଲିଟେରଚର ଫେଷ୍ଟିଭାଲ, ଭାରତୀୟ ସାହିତ୍ୟର ମହାକୁମ୍ଭ

Published: Jan 31, 2020, 8:58 pm IST

ଭୁବନେଶ୍ବର, ଆସନ୍ତାକାଲିଠାରୁ ଭୁବନେଶ୍ବରର ସୋଆ ଡିମଡ୍ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଉଛି ସୋଆ ଲିଟେରଚର ଫେଷ୍ଟିଭାଲ। ସୋଆ ଡିମଡ ବିଶ୍ବବିଦ୍ୟାଳୟରେ ଏହି ଉତ୍ସବ ଦୁଇଦିନ ଧରି ଚାଲିବ। ପ୍ରଥମ ଥର ପାଇଁ ଓଡିଆ ତଥା ଭାରତୀୟ ସାହିତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ସୋଆ ତରଫରୁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ଉତ୍ସବରେ ଓଡିଶା ତଥା ରାଜ୍ୟ ବାହାର ପ୍ରାୟ ଶହେ ସାହିତ୍ୟିକ ଯୋଗ ଦେଉଛନ୍ତି। ଏଥିରେ ଭାରତୀୟ ସାହିତ୍ୟ, ଓଡିଆ ସାହିତ୍ୟ, ଚଳଚିତ୍ରରେ ସାହିତ୍ୟ ଏବଂ କବିତା ପାଠ ଉତ୍ସବ ଆୟୋଜିତ ହେବ। ଏହି ଦୁଇଦିନ ମଧ୍ୟରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ 26ଟି ଆଲୋଚନା ଚକ୍ର ଏବଂ ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଛି। ଉଦଘାଟନ ଉତ୍ସବରେ ଡ. ସୀତାଶୁଂ ୟାଶଚନ୍ଦ୍ରା, ଡ ପ୍ରତିଭା ରାୟ, ଡ ବାସଦେବ ମୋହୀ, ଡ. ଧନେଶ୍ବର ମୁଲାୟ, ପ୍ରଫେସର ଆର.କେ ଚୌହାନ ଏବଂ ଗାୟତ୍ରୀବାଳା ପଣ୍ଡା। ଏହି କାର୍ଯ୍ୟକ୍ରମର ସୋଆର ପ୍ରତିଷ୍ଠାତା ମନୋରଂଜନ ନାୟକ ମୁଖ୍ୟ ଆୟୋଜକ ରହିଛନ୍ତି।

Related posts