ମୃତ ଶିଶୁ ଜନ୍ମକୁ ନେଇ ବାରିପଦା ମେଡିକାଲ କଲେଜରେ ଉତ୍ତେଜନା

Published: Feb 1, 2020, 9:32 am IST

ସମୀକ୍ଷା ବ୍ୟୁରୋ

ବାରିପଦା : ଜଣେ ମହିଳା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଏହି ଘଟଣାକୁ ନେଇ ଶନିବାର ସକାଳୁ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କ ସଂପର୍କୀୟମାନେ ଡାକ୍ତରଖାନା ତରଫରୁ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପାଇକବସା ଗାଁର ବଜ୍ରତୁଣ୍ଡି ଗାଁର ସୁରେଖା ବେହେରା (୨୭) ନାମରେ ଜଣେ ମହିଳା ୪ ଦିନ ପୂର୍ବରୁ ରଘୁନାଥ ମୁର୍ମୁ ହସ୍ପିଟାଲକୁ ପ୍ରସୂତି ପାଇଁ ଆସିଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।  ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହା ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ଉତ୍ତେଜନା କରିଥିବା ଜଣାପଡ଼ିଛି । ସୁରେଖାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ଚିକିତ୍ସାରେ ଅବହେଳା କରିଛନ୍ତି । ଯଦି ଠିକ ଚିକିତ୍ସା ମିଳିଥାନ୍ତା, ତାହେଲେ ଶିଶୁ ପୁତ୍ରର ମୃତ୍ୟୁ ହୋଇ ନଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି ।

Related posts