ଆଜିଠୁ ଖଣ୍ଡଗିରିରେ କୁମ୍ଭମେଳା : ଆକର୍ଷଣର କେନ୍ଦ୍ରବିନ୍ଦୁ ଯାତ୍ରା

Published: Feb 1, 2020, 10:29 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି  ମାଘ ସପ୍ତମୀ । ଆଜି ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ବୁଡ ପକାଇଛନ୍ତି । ସେହିପରି ଆଜିଠାରୁ ଖଣ୍ଡଗିରିଠାରେ ଆରମ୍ଭ ହେଉଛି କୁମ୍ଭମେଳା । ଏଥିପାଇଁ ଖଣ୍ଡଗିରି ପୀଠ  ଚଳଚଞ୍ଚଳ ହୋଇଛି। କୁମ୍ଭମେଳା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ଏଥିସହ ଯଜ୍ଞକୁଣ୍ଡ ବି ପ୍ରସ୍ତୁତ ହୋଇ ସାରିଛି। ଚନ୍ଦ୍ରଭାଗାରେ ବୁଡ଼ ପକାଇ ବିଶ୍ୱ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ସାଧୁସନ୍ଥ ଆହୁତି ଦେବେ। ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ମନୋରଞ୍ଜନ କରାଇବେ। ତେବେ ଚଳିତଥର ଯାତ୍ରା ପେଣ୍ଡାଲ୍‌ରେ ଅଶ୍ଲୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଗତ ଥର ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା । ସେହିପରି କୁମ୍ଭମେଳାକୁ ଆଖିଆଗରେ ରଖି ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ଟ୍ରାଫିକ୍‌ ପକ୍ଷରୁ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି । ଖଣ୍ଡଗିରି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ସେହିପରି କଟକ ଓ ଖୋର୍ଦ୍ଧା ମଧ୍ୟରେ ଭାରୀଯାନ ଚଳାଚଳ ଉପରେ ମଧ୍ୟ କଟକଣା ରହିଛି । ଚଳିତ ଥର ଖଣ୍ଡଗିରି କୁମ୍ଭ ମେଳା ଫେବୃଆରୀ 1 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଚାଲିବ ।  ସେହିପରି ମେଳାରେ ପ୍ଲାଷ୍ଟିକ କଟକଣା କରାଯିବା ସହିତ ସିସିଟିଭର ବ୍ୟବସ୍ଥା କରାଯାଇଛି ।

Related posts