ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ-ଅଫିସର ଶୁଭାରମ୍ଭ

Published: Feb 1, 2020, 10:49 am IST

ରମେଶ ମହାନ୍ତି

ଜଗତସିଂହପୁର : ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା କାର୍ଯ୍ୟାଳୟରେ ଇ-ଅଫିସର ଶୁଭଉଦ୍‌ଘାଟନ କରିଥିଲେ । ଇ-ଅଫିସ ଶୁଭାରମ୍ଭ କରି ଏଣିକି ସମସ୍ତ  ସରକାରୀ କାର୍ଯ୍ୟ ଇ-ଅଫିସ୍ ମାଧ୍ୟମରେ କରାଯିବ ବୋଲି କହିଥିଲେ। ଏହା ଫଳରେ ସରକାରୀ କାର୍ଯ୍ୟରେ ସ୍ୱଛତା ରହିବା ସହିତ ବିନା କାଗଜରେ ଫାଇଲ କାର୍ଯ୍ୟ ସମ୍ପନ୍ନ ହୋଇପାରିବ । ଏହା ଦ୍ୱାରା ସମୟ ଅପଚୟ ହେବ ନାହିଁ। ସାରା ରାଜ୍ୟରେ ତୃତୀୟ ଜିଲ୍ଲା ଭାବେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ରହି ଏହାକୁ 5ଟି କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଏନ୍‌ଆଇସି ବିଭୁ ପ୍ରସାଦ ମିଶ୍ର, ଜ୍ୟୋତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ଶିବ ପ୍ରସାଦ ନାୟକ, ଟିମ୍ ଲିଡର ଇ-ଅଫିସ ସୁଜିତ୍‌ କୁମାର ବିଶ୍ୱାଳ, ଏ.ଡି.ଆଇ.ଏନ୍‌.ଆଇ.ସି, ଅରବିନ୍ଦ ଆଚାର୍ଯ୍ୟ ଜିଲ୍ଲା ଇ-ଗଭର୍ଣ୍ଣାସ୍ ମ୍ୟାନେଜର ପରିଚାଳନାରେ  ସହାୟତା କରିଥିଲେ ।

Related posts