ବଜେଟ୍‌ ଉପସ୍ଥାପନ ପୂର୍ବରୁ ସାଧାରଣ ବଜେଟ୍‌କୁ ନେଇ ଟୁଇଟ୍‌ କଲେ କେଜରୀଓ୍ବାଲ୍‌

Published: Feb 1, 2020, 11:05 am IST

ନୂଆଦିଲ୍ଲୀ : ଆଜି ସାଧାରଣ ବଜେଟ୍‌ ଉପସ୍ଥାପନ ହେବା ପୂର୍ବରୁ ବଜେଟ୍‌କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଏକ ଟୁଇଟ୍‌ କରିଛନ୍ତି । ଏହି ଟୁଇଟ୍‌ ଜରିଆରେ ଗୋଟିଏ ପକ୍ଷରେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିବାବେଳେ ଅନ୍ୟ ପକ୍ଷରେ କହିଛନ୍ତି ଯେ, ଦିଲ୍ଲୀ ହିତ ରକ୍ଷା କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି ।

ଅରବିନ୍ଦ କେଜ୍‌ରୀଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, କେନ୍ଦ୍ର ସରକାର ବଜେଟ୍‌ରେ ଦିଲ୍ଲୀର ହିତ ଉଦ୍ଦେଶ୍ୟରେ ବଜେଟ୍‌ରେ କିଛି ବିଶେଷ କରିବେ ବୋଲି ଦିଲ୍ଲୀବାସୀ ଆଶା କରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଚଳିତ ବଜେଟ୍‌ରେ ଦିଲ୍ଲୀକୁ ଅଧିକ କିଛି ମିଳିବ ବୋଲି ଆଶା କରାଯାଇଛି। ବଜେଟ୍‌ରୁ ଜଣାପଡିବ ଯେ ବିଜେପି ଦିଲ୍ଲୀବାସୀଙ୍କ ପାଇଁ ସତରେ କେତେ ଯତ୍ନଶୀଳ ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟତଃ ରାଜ୍ୟରେ କ୍ଷମତାସୀନ ଆପ୍‌ ସହିତ ବିଜେପିର କଡା ଟକ୍କର ରହିଛି । ଜଗତକାଲି ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି । ଯେଉଁଥିରେ କିଲୋ ପିଛା 2ଟଙ୍କାରେ ଉତ୍ତମ ଗୁଣବତତାର ଅଟା ଦେବା ସହିତ ସ୍କୁଲ ଯାଉଥିବା ବାଳିକାଙ୍କୁ ସାଇକେଲ୍‌ ଓ କଲେଜ ଯାଉଥିବା ଗରିବ ଛାତ୍ରଙ୍କୁ ଇଲେକ୍‌ଟ୍ରିକ୍‌ ସ୍କୁଟି ଦେବାର ପ୍ରତିଶ୍ରୁତି ଦେଇଛି । (ଏଜେନ୍ସି)

Related posts