ଦଳିତ ବିବାହିତ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ : ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

Published: Feb 1, 2020, 3:13 pm IST

ସମୀକ୍ଷା ବ୍ୟୁରୋ

ଭୁବେନଶ୍ବର :ଏୟାରଫିଲ୍‌ଡ଼ ଥାନା ଅଧିନସ୍ଥ ପାଞ୍ଚଗାଁ ଗ୍ରାମରେ ଜନୈକ ଦଳିତ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଦୁଇଜଣ ବିବାହିତ ଯୁବକ ସିଦ୍ଧେଶ୍ୱର ସାହୁ ଓ ବଗ ବେହେରା ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ, ଗତ ତା ୨୬.୦୧.୨୦୨୦ ରିଖ ଅପରାହ୍ନ ୫.୩୦ ମିନିଟ୍ ସମୟରେ ଉକ୍ତ ପୀଡ଼ିତା ଯେତେବେଳେ ବିଲରୁ ବେଣା କାଟି ଘରକୁ ଏକାକୀ ଫେରୁଥିବା ସମୟରେ ଉକ୍ତ ଯୁବକମାନେ ବଳପୂର୍ବକ ପୀଡ଼ିତାଙ୍କୁ ଟେକିନେଇ ଦୁଷ୍କର୍ମ କରିବା ସହିତ ତାଙ୍କୁ ମାରଧର ମଧ୍ୟ କରିଥିଲେ । କିନ୍ତୁ କୌଶଳକ୍ରମେ ପୀଡ଼ିତା ସେଠାରୁ ପଳାଇ ଆସି ତାର ଶାଶୁ, ଶଶୂରଙ୍କୁ ଜଣାଇବା ପରେ ସେମାନେ ନିକଟସ୍ଥ ଥାନାକୁ ଆସି ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ଏୟାରଫିଲ୍‌ଡ଼ ଥାନା କେସ୍ ନଂ-୧୧/୨୦ ୟୁ/ଏସ୍‌-୩୪୧/୩୨୩/୩୭୬ଡ଼ି/୩ ତଫସିଲଭୁକ୍ତ ଜାତି ଓ ଉପଜାତି ଦଫା ପିଓଏରେ ରୁଜୁ କରି ପୋଲିସ୍ ନୀରବଦ୍ରଷ୍ଟା ସାଜିଛି! ଯାହା ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ର ନିଷ୍କ୍ରିୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପୂର୍ବକ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଚେତନ ନାଗରିକ ଅଧିକାର ମଞ୍ଚ ଦାବି କରିଛି ।

Related posts