ଆରପାରିରେ ବିପ୍ଲବୀ କବି ରବି ସିଂ

Published: Feb 2, 2020, 11:48 am IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଖି ବୁଜିଲେ ବିପ୍ଳବୀ କବି ରବି ସିଂ । ଏକଧାରାରେ ଜଣେ କବି,ସାମ୍ବାଦିକ ଏବଂ ରାଜନେତା ରହିଥିବା ଶ୍ରୀ ସିଂଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । 1961 ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ 2017ରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଏହି ବିପ୍ଲବୀ କବି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । କଟକ ନୂଆପଡ଼ା ସ୍ଥିତ ବାସଭବନରେ ରବିବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରବି ସିଂ । ପଥପ୍ରାନ୍ତର କବିତା, ଚରମ ପତ୍ର, ଶିଥୀଳ ବଳ୍ଗ, ଲାଲ ପାଗୋଡାର ପ୍ରେତ, ଭୃକୁଟି, ବିଦୀର୍ଣ୍ଣ ପରି କବିତା ପାଇଁ ଶ୍ରୀ ସିଂ ପରିଚିତ ଥିଲେ । 1948 ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ 1953 ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ ।

Related posts