ଯୋଗୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଆପ୍‌ର ଦାବି

Published: Feb 2, 2020, 3:56 pm IST

ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଆମ ଆଦମୀ ପାର୍ଟି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ପୂରା ଦମ୍‌ରେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । ବିଜେପି ନିଜର ଷ୍ଟାର ପ୍ରଚାରକଙ୍କୁ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଲଗାଇଛି । ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ମଧ୍ୟ ରହିଛି । ତେବେ ଯୋଗୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆପ୍‌ ଦାବି କରିବା ସହିତ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ତାଙ୍କ ନାମରେ ଏଫଆଇଆର୍‌ କରାଯିବା ନେଇ ମଧ୍ୟ ଦାବି କରିଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ନିର୍ବାଚନୀ ରାଲିରେ ବିଜେପି ନେତା ବହୁ ବିବାଦୀୟ ବୟାନବାଜି କରୁଥିବାର ନଜର ଆସିଛି । ନିକଟର ଅନୁରାଗ ଠାକୁର୍‌ ମଧ୍ୟ ବିବାଦୀୟ ନାରା ଦେଇଥିବାବେଳେ ତାଙ୍କ ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।(ଏଜେନ୍ସି)

Related posts